Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

arpita rana

Fantasy Others

3  

arpita rana

Fantasy Others

ଜୀବନ

ଜୀବନ

1 min
260


ଅତୀତ ଯେତେବେଳେ ଚକ୍କର କାଟୁଥାଏ

ମୋ ଚାରିପାଖେ ବିଚକ୍ଷଣ ଚିଲ ହେଇ;

ଆହତ କରିବାର ବେଖିଆଲ ଜିଦ୍ ଓ

ଝାମ୍ପିବାର ଆଶା ନେଇ,

ମୁଁ ଖୋଜୁଥାଏ ଆଶ୍ରା

ଆକାଶର ଲାଳିମାରେ

ସମୁଦ୍ରର ନୀଳିମାରେ

ଠିକ୍ ସେତିକି ବେଳେ ମାଡ଼ି ଆସେ ଜୁଆର,

ମାଟିରୁ ଆକାଶ ଯାଏ ସବୁ ସମାହିତ ହୁଏ,

ଜୀବନର ସମୁଦ୍ରରେ ସବୁ ଢେ଼ଉ

ସେ ବି ଓ ମୁଁ ବି!

ଅତୀତ ଓ ବର୍ତ୍ତମାନ ବି।

ଆଉ ଶେଷରେ ସବୁ ଢେଉ ହାରିଯାଏ

ଗଦା ଗଦା କୂଳର ବାଲିରେ

ଅଦେଖା ଅପରାହ୍ନ ଓ

ଅସଜଡା ସାୟାହ୍ନରେ।


Rate this content
Log in