Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚମ୍ପୂ (ଥ)

ରତ୍ନାକର ଚମ୍ପୂ (ଥ)

1 min
371


ରତ୍ନାକର ଚମ୍ପୂ

(ଚୌପଦୀ ରତ୍ନାକର)


(17)


ସଖୀ ପ୍ରତି ଶ୍ରୀକୃଷ୍ଣ

ରାଗ – ତୋଡି - ଆଠତାଳି


ଥିଲେ ଅପରାଧ ମୋର,

ଥରେ କ୍ଷମା ନକରିବକି ସେ ରାମାବର (ଘୋଷା)

ଥଳ କମଳ ବିଯୟୀ ଚରଣେ ମୁଁ ତା ର

ଲାକ୍ଷା ଲେଖୁଥିବି ନିତି କଲେ ଅଙ୍ଗୀକାର (1)

ଥିବି ଖଟି ପାଶେ ତା ର ମରଜିକି ଜାଣି

କଲେ ଅନୁକମ୍ପା ମୋରେ ସୁରସିକା ମଣି (2)

ଥାଉ ବା ନ ଥାଉ ମୋହୋଠାରେ ତା କରୁଣା

ମୋ ମନରେ ଭାବିଛି ତ ମୁଁ ତାହାର କିଣା (3)

ଥିର ଗମନାକୁ ମୋର ହୃଦୟରେ ହାର -

କରିବାକୁ ସହଚରୀ ଉପାୟ ବିଚାର (4)

ଥାଏ ଯା ମୋ ଠାରେ ସଖି ଚିତ୍ତେ ଦୟା ତୋର

କହିବାକୁ ଅଛି କିସ ଜଗଦ୍ଦେବଙ୍କର (5)



Rate this content
Log in