Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Abstract

2  

Prasanna Kumar Madala

Abstract

ସଙ୍ଗୀତ ଆସର

ସଙ୍ଗୀତ ଆସର

1 min
261


ଚଳିତ ମାସର     ସଙ୍ଗୀତ ଆସର

ଏଇଠି କରିବା ବସି

ବୋଲି ବେଙ୍ଗଭାଇ   ସମସ୍ତଙ୍କୁ ଯାଇ

କହିଲା ବଣରେ ପଶି ।

ନିମନ୍ତ୍ରଣ ପାଇ   ଯେଝା ଘରେ ଥାଇ

ସଭିଏଁ ଅଭ୍ୟାସ କଲେ

ଘୋଷି ବାରମ୍ବାର   ଦେଖି ଦିନ ବାର

ପାହାଡ଼ ତଳକୁ ଗଲେ ।

କେତେ ପଶୁପକ୍ଷୀ  ହୋଇ ଡକାଡକି

ଶୀତଳ ଝରଣା କୂଳେ

ହାତ ମୁହଁ ଧୋଇ   ଛଡାଛଡି ହୋଇ

ବସିଗଲେ ଗଛ ମୂଳେ ।

ଗଉରା ବାନର    ସଙ୍ଗୀତ ଗାନର

ନିୟମ ଯେତେକ କହି

ବିଚାରକ ଭାବେ  ଉଚ୍ଚା ଏକ ଠାବେ

ବସିଲା ଅନାଇ ରହି ।

ପାଳି ପାଳି କରି    ସୁର ଲୟ ଧରି

ଗାଇଲେ ବିହଙ୍ଗ ଦଳ

ପତଙ୍ଗ ବି ଆସି   ସରୁ କଣ୍ଠେ ଭାଷି

ଦେଖାଇଲେ ନିଜ ବଳ ।

କାଳିଆ ଭ୍ରମର     ନାଆଁର କ୍ରମର

ଡାକରା ଶୁଣୁ ନଶୁଣୁ

ଝିଙ୍କାରୀକୁ ଠେଲି  ଦୁଇଡେଣା ମେଲି

ଆରମ୍ଭିଲା ଗୁଣୁଗୁଣୁ ।

ଗୀତର ମୁଖୁଡା    ଗାଇଲା କୁକୁଡ଼ା

ବେକ ଯାଉଥିଲା ଫୁଲି

ଅଧା ଗାଉ ଗାଉ    ପାରିଲାନି ଆଉ

ଅନ୍ତରା ଗଲା କି ଭୁଲି ।

ବୁଲ୍.ବୁଲ୍ ଆସେ   ସଭାମଞ୍ଚ ପାଶେ

ଲମ୍ବାଇ ଗୀତର ଚିଠା

ଗାଇଦେଲା ସୁରେ ସଭିଏଁ ସେ ପୁରେ

କହିଲେ ଲାଗିଲା ମିଠା ।

କୋଇଲିର ସରୁ    ରଙ୍ଗିଲା ଅଧରୁ

କୁହୁକୁହୁ ତାନେ ଝୁମି

ହେଲେ ବି ସଂକୁଳ   ଗୁଣ୍ଡୁଚି ନକୁଳ

ନାଚି କମ୍ପାଇଲେ ଭୂମି ।

କିନ୍ତୁ ଏକ କାଉ    ଛନ୍ଦହୀନ ଆଉ

ବେସୁରା ଗୀତରୁ ଗୋଟେ

ଭାବପୂର୍ଣ୍ଣ କହି     ଗାଏ ରହି ରହି

ବୁଝି ହେଲାନାହିଁ ମୋଟେ ।

ସଭାକୁ ସମ୍ଭାଳି    ସ୍ବବିଚାରେ ଭାଳି

ବାନର ନଚାହିଁ ଆନେ

ଫଳାଫଳ ଯାଇ    କହିଲା ବୁଝାଇ

ଆୟୋଜକ ଭାଲୁ କାନେ ।

ମାନପତ୍ର ଚାହିଁ   ଲାଜ ଟିକେ ନାହିଁ

କାଉ କଲା ମନମାନୀ

କୋଇଲିର ପରି    ମନଦୁଃଖ କରି

କାନ୍ଦେ ବୁଲ୍.ବୁଲ୍ ରାଣୀ ।



Rate this content
Log in

Similar oriya poem from Abstract