Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahitya Pujari Laxman Behara

Others

2.5  

Sahitya Pujari Laxman Behara

Others

ଉତ୍କଳ ମାତାର ସନ୍ତାନ

ଉତ୍କଳ ମାତାର ସନ୍ତାନ

1 min
283


ଆମେ ରେ...ଉତ୍କଳ ମାତାର ସନ୍ତାନ

ଆମେ ରେ... ବୀରାଙ୍ଗନା ମାତା ସନ୍ତାନ । (ଘୋଷା)

ବଙ୍ଗୋପ ସାଗର ମହାନଦୀ ନୀର

ଧୌକ କରେ ଯା'ର ପୟର ।

ଆମେ ରେ.....................................(1)

ଶୀତଳ ସମୀର ମେଘର ମଲ୍ଲାର

ଚରଣ ବନ୍ଦଇ ଯାହାର ।

ଆମେ ରେ.....................................(2)

ପକ୍ଷୀ କାକଳୀରେ ଚିଲିକା ମୁଖରେ

ଯା'ର ଜୟଗାନ ଗାଏ ରେ ।

ଆମେ ରେ.....................................(3)

ସବୁଜ ବନାନୀ ପାହାଡ ନନ୍ଦିନୀ

ଯାହାର ସୌନ୍ଦର୍ଯ୍ୟ ବର୍ଦ୍ଧନୀ ।

ଆମେ ରେ.....................................(4)

କୋଣାର୍କ ଦ୍ୟୁମଣି ଶ୍ରୀକ୍ଷେତ୍ରର ମଣି

ଅଟନ୍ତି ଯା'ର ମଥାମଣି ।

ଆମେ ରେ.....................................(5)

ଐତିହ୍ୟ ମଣ୍ଡିନୀ ବୀର ପ୍ରସବିନୀ

ଅମୃତ ଜ୍ଞାନ ପ୍ରଦାୟିନୀ ।

ଆମେ ରେ.....................................




Rate this content
Log in