Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Nath

Tragedy

2  

Prasant Kumar Nath

Tragedy

ଭୁଲି ମୁଁ ପାରିବି ନାହିଁ

ଭୁଲି ମୁଁ ପାରିବି ନାହିଁ

1 min
7K


ତୁ ଆଜି ଖୁସିରେ ଦିନ କଟୁଛୁଲୋ
ଦୁଃଖରେ ବିତେ ମୋ ଦିନ
ଭଲ ପାଇବାର ଅଭିନୟ କରି
ଭାଙ୍ଗିଦେଲୁ କାହିଁ ମନ ।
ତୋ ଓଠରେ ସିନା ହସ ଖେଳୁଅଛି
ପଡୁନାହିଁ ମୁହିଁ ମନେ
ହେଲେ ତୋର କଥା ଭାବିନାହିଁ ମୁହିଁ
ଏମିତି ହୋଇନି ଦିନେ ।
ତୋ ଆଖିରେ ସିନା ନୂଆ ସପନ ଲୋ
ପଛକୁ ଚାହୁନୁ ବୁଲି
ହେଲେ ମନେ ପଡେ ସବୁ ସ୍ମୃତି ମୋର
ପାରୁନାହିଁ ଜମା ଭୁଲି ।
ହସି ହସି ସିନା କହି ଦେଇ ଗଲୁ
ତୋତେ ଭୁଲିଯିବା ପାଇଁ
ଭାବିଲୁନି ଥରେ ତୋତେ ଭୁଲିଯାଇ
କେମିତି ବଞ୍ଚିବି ମୁହିଁ ।
ତୋ ପ୍ରେମଟା ସିନା ଛଳନା ଥିଲା ଲୋ
ଛଳନା ଶିଖିନି ମୁହିଁ
ଯେତିକି ପ୍ରେମ ଲୋ ଦେଇ ଅଛୁ ମୋତେ
ତାସାଥେ ପାରିବି ଜିଇଁ ।

ପ୍ରଶାନ୍ତ କୁନାର ନାଥ
ସୁନ୍ଦରପୁର,ପ୍ରୀତିପୁର,ଯାଜପୁର ।


Rate this content
Log in