Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ସର୍ବଂସହା

ସର୍ବଂସହା

1 min
6.7K


ଉତପ୍ତ ସୂର୍ଯ୍ୟଙ୍କ ଅଂଶ ମହାକାଶେ ହୋଇ ଭାସମାନ

ଧୀରେ ଧୀରେ ହୋଇଲ ଶୀତଳ ଗର୍ଭେ ଧରି ତପ୍ତ ଲାଭାମାନ ।


ସପତ ସାଗର ସାଥେ ନଦ ନଦୀ ସ୍ଥାବର ଜଙ୍ଗମ

କାହିଁ ଶୁଷ୍କ ମରୁଭୂମି କାହିଁ ସବୁଜିମା ବନାନୀ ଦୁର୍ଗମ ।


କୋଟି ଜୀବଜନ୍ତୁ ପାଇଁ ଖଂଜିଅଛ ଫୁଲଫଳ ଶଷ୍ୟ ଅସୁମାର

ଶ୍ରେଷ୍ଠ ଜୀବ ମନୁପୁତ୍ର ତହିଁ କରେ ତା'ର ସାମ୍ରାଜ୍ୟ ବିସ୍ତାର ।


ପାହାଡକୁ ଭାଂଗି ଗୁଣ୍ଡ କରେ ଅଟ୍ଟାଳିକା ଗଢେ ନାନାମତେ

କଂକ୍ରିଟ୍ ଜଂଗଲ ଗଢେ କାରଖାନା ଭାରି ଶିଳ୍ପ କେତେ ।


ହିଂସ୍ର ଜନ୍ତୁ ଭୟେ ଦିନେ ଯିଏ ଗଢିଥିଲା ନିଜର ବସତି

ହାତେ ଦେଖି ମାରଣାସ୍ତ୍ର ତା'ର ପଶୁ ପକ୍ଷୀ ଭୟେ ଲୁଚୁଛନ୍ତି ।


ଲୁଚିବାକୁ ଥାନ ମିଳେ ନାହିଁ ଜଙ୍ଗଲକୁ କାଟି କରେ ପଦା

ଧରଣୀର ଶ୍ରେଷ୍ଠ ଜୀବ ନଭ ଜଳ ସ୍ଥଳେ ରାଜୁତି ସର୍ବଦା ।


ଅଛି ତା'ର ବାଚାଶକ୍ତି ମେଧା ବିବେକ ବିଚାର ସୁମରଣା

ବିଦ୍ୟାବୁଦ୍ଧି ଉପଯୋଗ କରି ଧାରା କରେ ସରା ଭାବେ ଗଣା ।


ଧରିତ୍ରୀ ଗୋ ସର୍ବଂସହା ବୋଲି ସହିବ ତା' କେତେ ଅତ୍ୟାଚାର

ପ୍ରଦୁଷିତ କରଇ ସୃଷ୍ଟିକୁ ଭାଂଗି ଗଢି କରେ ଛାରଖାର ।


ମହାବାତ୍ୟା ସୁନାମି କ୍ୟାଟ୍ରିନା ଫାଇଲିନ୍ ପୁଣି ଭୂସ୍ଖଳନ

ଚେତାବନୀ ଚେତା ନଫେରାଏ ସତେ ଅବା ଜିତିଛି ମରଣ ।


ଉଗ୍ରମୂର୍ତି ଧରି ଆବିର୍ଭାବ ହୁଅ ମାତ ପ୍ରଳୟ ବରଣା

ମହିଷାର ନିଧନ ପାଇଁକି ଆଉଥରେ ହୁଅ ବିବସନା ।


ନୂତନ ସୃଷ୍ଟିର ଶଂଖନାଦ କର ମାତ ଏ ସୃଷ୍ଟିକୁ ନାଶି

ହସିଉଠୁ ସୁଂଦର ଏ ଧରା ଆଉଥରେ କୁସୁମ ପରଷି ।


Rate this content
Log in