ଯଉବନ
ଯଉବନ
(1)
କେତେବେଳେ ଅଜାଣତେ
ଛୁଇଁଦେଇ ଗଲା ମତେ
ଅମାନିଆ ଚଇତି ପବନ I
ମନ ମୋ ଚହଲିଗଲା
ଦେହ ରଙ୍ଗ ବଦଳିଲା
ଛୁଇଁଲା କି ମତେ ଯଉବନ ?
ହାଏ ଶେଷ ହେଲା
ପିଲାଦିନ II
(2)
ଆଖି ମୋର ଲାଜକଲା
ଚାଲି ମୋ ବଦଳିଗଲା
ନ ଶୋଇ ମୁଁ ଦେଖିଲି ସପନ I
ସରିଲା ମୋ ପିଲା ଖେଳ
ଗେଲବସରର ବେଳ
ବୁକୁତଳେ କେତେ ଯେ ସ୍ପନ୍ଦନ I
ଛୁଇଁଲା କି ମତେ ଯଉବନ ?
ହାଏ ଶେଷ ହେଲା
ମୋର ପଲାଦିନ II
(3)
ଫୁଲ ହୋଇ ଫୁଟିଲି ମୁଁ
ଏ ଦୁନିଆ ବଗିଚାରେ
ମହକାଇ ସାରା ଉପବନ I
କେତେ ରଙ୍ଗେ ପ୍ରଜାପତି
ଉଡନ୍ତି ମୋ ପାଶେ ଆସି
ଅଙ୍ଗେ ମୋର ଜାଗେ ଶିହରଣ
ଛୁଇଁଲା କି ମତେ ଯଉବନ ?
ହାଏ ଶେଷ ହେଲା
ମୋର ପଲାଦିନ II
*****