Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Hemanta Patra

Others

5.0  

Hemanta Patra

Others

ଆଶାର ଆକାଶ

ଆଶାର ଆକାଶ

1 min
147


ଖୋଜୁଛି ଏକ ଆଶାର ଆକାଶ

ଯେଉଁଠି ଉଇଁଲେ ସୁରୁଜ

ହସୁଥିବ ଆଶାର ସକାଳ ।

ଜହ୍ନ ଉଠୁଥିବ କଇଁ ଫୁଟୁଥିବ

ଲାଗି ରହିଥିବ ଛାଇ ଆଲୁଅର ଖେଳ ।

ଅନ୍ଧକାରକୁ ଦେଇ ଦୂରେଇ

ଜହ୍ନ ହସୁଥିବ କିରି କିରି

ନଈ ବହୁଥିବ ଥିରି ଥିରି ।

ମନ ବଗିଚାରେ

ଫୁଟୁଥିବ ଫୁଲ ବାରମାସି

ଫୁଲେ ଫୁଲେ ଉଡି ପରଜାପତି

ଶୋଷୁଥିବେ ମଧୁ ନିତି ନିତି ।

ଭରି ରହିଥିବ ଫଗୁଣରେ ମହକ

ବହୁଥିବ ବସନ୍ତର ମୃଦୁ ମଳୟ ।

ନ ଥିବ ସେଠି ଉଦାସ ଦୁନିଆ

ନା ଥିବ ଜଟିଳ ଆଉ ପଙ୍କିଳ ଜୀବନ ।

ନ ଥିବ ବିକୃତ ଚିନ୍ତା ଓ ଚେତନା

ନା ଥିବ ସୁଖିଲା ମୁହଁ ନା ଥିବ ଥରିଲା ଓଠ ।

ନ ଥିବ ଅଭୁଲା ଅତୀତ

ନା ଥିବ ଗରିବି ନା ଥିବ ରାଜନୀତି

ନା ଥିବ ରାଜନୈତିକ ସ୍ଲୋଗାନ

"ଗରିବି ହଟାଓ" ।

ସେଠି ପଲକର ପାଚେରୀ ଡେଇଁ

ବହୁନଥିବ ଲୁହ

ଭିଜାଉ ନଥିବ ପଣତ କାନି ।

ଖାଲି ଥିବ ସ୍ନେହ ପ୍ରେମ ଶାନ୍ତି ଆଉ ପ୍ରଶାନ୍ତି ।



Rate this content
Log in