Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Inspirational

3  

Prasant Kumar Nath

Inspirational

ବର୍ଷା - ପିଲାଦିନ ଆଉ ଏବେ

ବର୍ଷା - ପିଲାଦିନ ଆଉ ଏବେ

1 min
6.5K


ପିଲାଦିନେ କେତେ ବର୍ଷାରେ ଭିଜିଛି

ହିସାବ ତାହାର ନାହିଁ

ଆଜି ଭିଜିଗଲେ ଥଣ୍ଡା ଧରିନିଏ

ଖାତାରୁ କାଗଜ କେତେ ମୁଁ ଚିରିଛି

ପାରିବିନି ତାହା କହି

ପୃଷ୍ଠାଏ କାଗଜ ଚିରିଦେବା ପାଇଁ

ହାତ ଆଜି ଯାଏ ନାହିଁ

ପୋଖରୀ ପାଣିକୁ କେତେ ପିଇଛି

କିଛି ମୋର ହୋଇ ନାହିଁ

ପାଣିକୁ ଫୁଟେଇ ନପିଇଲେ ଆଜି

ବେମାରୀ ଯାଉଛି ହୋଇ

କାଦୁଅ ସାଥିରେ କେତେ ମୁଁ ଖେଳିଛି

ବରଷା ଆସିଲା ପରେ

କାଦୁଆକୁ ଆଜି ଗୋଡ କାଢ଼ିବାକୁ

ପାଦଟା ମୋହର ଥରେ

କାହିଁ ସେହି ବେଳ କୁଆଡେ ଛାଡ଼ିଲି

କାହିଁ ସେହି ହସ ଖୁସି

ଭାରି ମନେ ପଡେ ପିଲାଦିନ ମୋର

ଭାବେ ସେହି କଥା ବସି

*********

ପ୍ରଶାନ୍ତ କୁମାର ନାଥ

ନଂ -10,ଫାଷ୍ଟ ଫ୍ଲୋର,ଫାଷ୍ଟ ବି କ୍ରସ,ଏସ.ଜି.ଏନ ଲେଆଉଟ,

କସମିକ ଏମ୍ବାସୀ,ବାଙ୍ଗାଲୋର-560027


Rate this content
Log in

Similar oriya poem from Inspirational