Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

ଆନ ଭାବନାକୁ ହେଉ ପ୍ରାଣେ ଭୟ

ଆନ ଭାବନାକୁ ହେଉ ପ୍ରାଣେ ଭୟ

1 min
13.5K


ଆନ ଭାବନାକୁ ହେଉ ପ୍ରାଣେ ଭୟ

 

ପର୍ଶୁରାମ ବିଶ୍ୱାଳ

 

ଭଲ ମଣିଷ ତୁ କରିବୁ କାଳିଆ, ଏତିକି ମୋ ନିବେଦନ,

ମଣିଷ ଭଳିଆ ମଣିଷଟେ ହେଲେ ମୋ ଜୀବନ ହେବ ଧନ୍ୟ,

ତୋର ନାମ ଗାଇ ବିତିବ କି ସତେ

ମୋର ଏ ମୂଢ଼ ଜୀବନ !

 

ଜୀବନରେ ଯିଏ ଭୁଲ କରେନା, ସିଏ ସିନା ଭଗବାନ,

ଭୁଲ କରି ଯେ ଦୋଷଟି ମାନଇ, ସେ ମଣିଷ ଅଗ୍ରଗଣ୍ୟ,

ମୋ ହୃଦରେ ଭରିଦେଏ ସେ ଶକତି

ହେ ପ୍ରଭୁ ଚକାନୟନ !

 

ଭୁଲ କରି ଯେ’ ନମାନଇ ପ୍ରଭୁ, ତା ଜୀବନ ଗୋଟି ଧିକ,

ନିନ୍ଦା ଅପମାନ ତା ଭାଗ୍ୟରେ ଲେଖା, ନାହିଁ ତା ବୁଦ୍ଧି ବିବେକ,

ଏମିତି ମଣିଷ ହେଇ ବଞ୍ଚିବାଟା

ଭାବେ ମୁଁ ମଲା ସମାନ ।

 

ଦେଏରେ ଶକତି, ଆନ ଭାବନାକୁ ହେଉ ମୋ ପ୍ରାଣରେ ଭୟ

ନଦିଏ ମୁଁ କଷ୍ଟ ଦୁଃଖ କାହାରିକି, କରେ ତା ହୃଦୟ ଜୟ

ହେଇ ସତ୍ୟବାଦୀ ନିର୍ଭୀକ ମଣିଷ

କରେ ତୋର ଜୟଗାନ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in