Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Lenka

Others

2.3  

Chittaranjan Lenka

Others

ଭାଇ ଭଉଣୀ

ଭାଇ ଭଉଣୀ

1 min
1.5K


ଅଭିମାନ କେବେ କରିବୁନି ତୁହି

ମୁଁ ତୋର ପାଗଳ ଭାଇ

ପାଗଳ ତ ଯିଏ ନିଜକୁ ଚିହ୍ନେନା

ଜାଣୁନା କି ଏହା ତୁହି ?

ତୁ ଯୁଦ୍ଧ କରୁଛୁ ଦୁନିଆ ସହିତ

ମୁଁ ବି କରୁଅଛି ଯୁଦ୍ଧ

ତୁ ହେଉଛୁ ଶରବିଦ୍ଧ ବେଳେବେଳେ

ମୁଁ ସର୍ବଦା ଶରବିଦ୍ଧ

ରାଗ ରୁଷା ଆଉ ମାନ ଅଭିମାନ

ଅଟଇ ଭଉଣୀ କାମ

ଭାଇ ଯଦି ତାର ପାଗଳ ହୋଇଲା

ଥିବ କି ଚେତନା ଜ୍ଞାନ ?

ଅଜବ ଦୁନିଆ ଅଜବ ମଣିଷ

ଅଜବ ମାୟା ବନ୍ଧନ

ତା ମଧ୍ୟେ ଅଜବ ଭାଇ ଓ ଭଉଣୀ

ଅଜବ ତାଙ୍କର ପ୍ରେମ !!!

ଚିତ୍ତରଞ୍ଜନ ଲେଙ୍କା,କଟକ


Rate this content
Log in