ସ୍ବପ୍ନ ମୋର ସତ୍ୟ ହେବକି
ସ୍ବପ୍ନ ମୋର ସତ୍ୟ ହେବକି
ଦିନେ ସପନ ଦେଖିଲି ମୁହିଁ
ଆନନ୍ଦରେ ଆକାଶେ ଶୋଇଛି
ଆହାଃ କି ଶାନ୍ତି ନିଦ୍ରା ଘାରିଛି
ବାଦଲ ପାଦ ସ୍ପର୍ଶ ମୋର କରୁଛି||
ସହର ଯାନବାହାନର ଦାନଵଶବ୍ଦ
କୁଆଡେ ଉଭେଇ ଯାଇଛି
ତାପମାତ୍ରା ଶୀତଳ ହୋଇ
ବରଫ ବରଷା ଖାଲି ହେଉଛି||
ଚାରିଆଡେ ଶୂନଶାନ ଖାଲି
ଜଳଟୋପେ ଦେଖା ଯାଉ ନାହିଁ
ପାହାଡ ଜଙ୍ଗଲ ପାଖରେ ନାହିଁ
ଶୂନ୍ୟ ବୋମ୍ୟରେ ଉଡ଼ୁଛି ମୁହିଁ|
ଚକ୍ଷୁଖୋଲି ଦେଖିଲି ପାର୍ଶ୍ୱରେ
ସାଥୀ ମୋର କୁଆଡେ ଗଲେ
ସତେକି ନିଃସଙ୍ଗ ଲାଗିଲା ମୋତେ
ମର୍ତ୍ୟପୁରେଫେରିବିନିକିଭଲେ ||
ହୃଦୟେ ସଂଶୟ ବହୁତ ଆସିଲା
ସୁରୁଜଦେବତାଙ୍କୁମନେ ସ୍ମରିଲି
ରକ୍ଷା କର ହେ ପ୍ରଭାକର ମୋତେ
ମୁକ୍ତି ଦିଅ ବୋଲି କହିଲି||
କୋପଭର ହୋଇ କହିଲେମୋତେ
କର୍ଣ୍ଣ ଡେରିଶୁଣୁ ମୂର୍ଖ ମାନବ
ନିଜପାଇଁ ବିପଦକୁସଦା ଟାଣୁଛୁ
ଦିନେ ଭାଙ୍ଗିବ ତୋର ଗର୍ବ||
ଏବେଠୁ ସତର୍କ ହୁଅ ସଭିଏଁ
ସତ୍ୟ ବାଣୀ କହୁଛି ମୁହିଁ
ତାପମାତ୍ରା ମୋର ସଦା ବଢୁଛି
ବୃକ୍ଷ ରୋପଣ କରଯେ ତୁହି||
ପୃଥିବୀ କୁ ବଞ୍ଚାଇବା ତୋର
ଅଟେଯେ ମହତ କରମ
ନିଜ କାର୍ଯ୍ୟରେ ଅବହେଳା କଲେ
ସଦା ଭୋଗିବୁ ଫଳ ଚରମ
ହଠାତ ସପନ ମୋର ଭାଙ୍ଗିଗଲା
ତଳେ କଚାଡି ପଡିଲି ମୁହିଁ
ଚକ୍ଷୁ ମୁଦିତ ଅବସ୍ଥାରେ ଥିଲି
ଖଟତଳେ ନିଜକୁ ପାଇଲିଯାଇ||
ସ୍ୱାମୀ ମୋର ଅଫିସ ବାହାରିଲେଣି
ନିଜକୁ ପ୍ରକୃତିସ୍ଥ କରି ଭାବିଲି
ସପନ ହେଲେ ମଧ୍ୟ୍ୟ ସତ୍ୟ ଏହି ବାଣୀ
ସଭିଙ୍କପାଇଁ କବିତାଟିଏ ରଚିଲି||