କଳ୍ପନାରେ -୨୪
କଳ୍ପନାରେ -୨୪
କଳା ରାତି ପରି କରିଛ କବରୀ
ତଥାପି ରୂପକୁ ସାଜେ
ଶୃଙ୍ଗାର ରସରେ ମନ ଚହଟିଲେ
ମୋହନ ମୁରଲୀ ବାଜେ ।
ରୂପ ସଜ୍ଜା ତୁମ ରୂପସୀ କରାଏ
ସ୍ଵରୁପେ ସୁରୂପ ଥାଏ
କୁଆଁରୀ ମନରେ ନିଆଁ ଲାଗିଗଲେ
ଅରୂପରେ ରୂପ ବହେ ।
ତୁମ ରୂପ ରଙ୍ଗ ନିଆଁକୁ ପତଙ୍ଗ
କାମନା ବାରୁଦ ତେଜେ
ହୃଦୟ ରାଗିଣୀ ହେଲେ ପ୍ରଣୟିନୀ
ମଦନକୁ ରତି ରାଜେ ।