Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

2  

Prasant Kumar Nath

Others

କୁଡ଼ିଆ ଘର

କୁଡ଼ିଆ ଘର

1 min
155



ଗଢ଼ିଛି ଗୋଟିଏ କୁଡ଼ିଆ ଘର

ମାଟି କାନ୍ଥ ତାର ଲାଗେ ସୁନ୍ଦର

ଗୋବର ପାଣିରେ ଲିପିଦେଲେ ଥରେ

ବାସି ମହକଇ ସାରା ସଂସାର ।


କୁଡ଼ିଆ ଘରରେ ଚାଳ ଛପର

ମଥାନଟି ତାର ଭାରି ସୁନ୍ଦର

ଶୀତ ଦିନେ ସେଠି ଗରମ ଲାଗଇ

ଗ୍ରୀଷିମେ ଶୀତଳ ଛୁଆଁ ତାହାର ।


ଲଙ୍ଗଳ ପାଇଁକି ରହିଛି ଓଳି

ରଜ ଆସିଲେ ଲାଗୁଛି ଦୋଳି

ଦାଣ୍ଡ ବାଡ଼ିରେ କେତେ ଗଛ ମୋର

ଆମ୍ବ ପଣସ ସାଥେ ପିଜୁଳି ।


ଫୁଲ ଫଳରେ ଶୋଭା ଦିଶୁଛି

ଦାଣ୍ଡରେ ମୋର ଚଉଁରା ଅଛି

ସକାଳ ହେଲେ ପୂଜା ହୁଏ ସେଠି

ସନ୍ଧ୍ୟା ହୋଇଲେ ଦୀପ ଜଳୁଛି ।


ରୋଷେଇ ପାଇଁକି ରହିଛି ଘର

ତିନି ଝିଙ୍କା ଵାଲା ଚୁଲି ମୋହର

ମାଟି ହାଣ୍ଡିରେ ଯେବେ ରୋଷେଇ ହୁଏ

ବାସି ମହାକଇ ଘର ଦୁଆର ।


ଘର ମଝିରେ ଅଛି ଭାଆର

ଜଳ ନିଷ୍କାସନ କାର୍ଯ୍ୟ ତାହାର

ବରଷା ହୋଇଲେ କାଗଜର ଡଙ୍ଗା

ଭସାଉଛି ସେଠି ହାପି ଆମର ।


ପରିବା ଲାଗିଛି ବାଡ଼ିରେ ମୋର

କଲରା କାଙ୍କଡ଼ ପୋଇ ପୋଟଳ

ତଟକା ପରିବା ତୋଳି ଆଣି ମାଆ

ରାନ୍ଧି ବାଡ଼ି ଦିଏ ସ୍ୱାଦ ଆହାର ।


ଛନ୍ଦ କପଟ ନାହିଁ ସେ ଘରେ

ବନ୍ଧା ସେ ହୋଇଛି ସ୍ନେହ ପ୍ରେମରେ

ଲୋଡ଼ା ନାହିଁ ମୋତେ ବଡ଼ ବଡ଼ କୋଠା

ଗର୍ବରେ ରହିଛି କୁଡ଼ିଆ ଘରେ ।



Rate this content
Log in