ଶକ୍ତି ଓ କ୍ଷମା
ଶକ୍ତି ଓ କ୍ଷମା
ଶକ୍ତି ଓ କ୍ଷମା
କ୍ଷମା ,ଦୟା ,ତପ,ତ୍ୟାଗ ସବୁରି ସାନ୍ନିଧ୍ୟ ନେଇ
ପାଣ୍ଡବ ହେ ତୁମେ କୁହ ,
ଦୁର୍ଯ୍ୟୋଧନ କାହିଁ ଯାଇଛିକି କେବେ ହାରି ା...୧
ଶତ୍ରୁ ସମୁଖେ କ୍ଷମାଶୀଳ ତୁମେ ନତମସ୍ତକ ହେଲ ଯେତେ
କାପୁରୁଷ ବୋଲି ଦୁଷ୍ଟ କୌରବ ହେୟ ଜ୍ଞାନ କଲେ ସେତେ ା..୨
କ୍ଷମା ଶୋଭା ଦିଏ ନାଗ ଦେବତାକୁ
ହୋଇଥିଲେ ବିଷଧର
ଗରଳ ନଥାଇ ସରଳ ହୋଇଲେ
ନ୍ୟୁନ ଦୃଷ୍ଟି ଦେଖେ ନର ା ...୩
ମାଗୁଥିଲେ ପଥ ତିନିଦିନ ଧରି ଶ୍ରୀରାମ ସାଗର କୂଳେ
ମନ୍ତ୍ର ଉଚାରଣେ ପଢୁ ଥିଲେ ଛନ୍ଦ ହେଳା ନ କରି ତିଳେ ା
ହୋଇଲେ ସାଗର ନିରୁତ୍ତର ଯେବେ
ଅଧିର ହୋଇଲେ ରାମ
ପୌରୁଷର ଅଗ୍ନି ବର୍ଷା କରିଦେଲେ
ଧନୁ ,ଶିର ,ତୀର ,ବାଣ ା...୪
ବରୁଣ ଦେବତା ଶରଣ ପଶିଲେ ତ୍ରାହି-ତ୍ରାହି ଡାକ ଛାଡି
ଶ୍ରଚରଣ ପୂଜି ଦାସତ୍ଵ ରହିଲେ ଭକ୍ତି ବନ୍ଧନରେ ବନ୍ଧା ା ..୫
ଶୋଭା ଦେଉଥାଏ ବିଜୟର ଦୀପ୍ତି
ରହେ ତୀର ମୁନେ ଲେଖା
ସନ୍ଧି ଚୁକ୍ତି ତାକୁ ଶୋଭା ପାଇଥାଏ
ଯାର ଶକ୍ତି ବିଜୟ ରେଖା ା...୬
ସହନଶୀଳତା ,କ୍ଷମା ,ଦୟା ,ଗୁଣ ,
ରହିଥାଏ ସଦା ପୂଜ୍ୟ
ଶକ୍ତିର ବିଭବ ରହିଥାଏ ଯହିଁ
ହୋଇଥାଏ ଗୁଣ ଦିବ୍ୟ ା...୭
ଦିଲିପ କୁମାର ବାଡତ୍ୟା
ଜବାହର ନବୋଦୟ ବିଦ୍ୟାଳୟ ,ଖୋରଧା