Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

ଜୀବେ ଦୟା ଭାବ ବହି

ଜୀବେ ଦୟା ଭାବ ବହି

1 min
6.7K


ଜୀବେ ଦୟା ଭାବ ବହି

 

ପର୍ଶୁରାମ ବିଶ୍ୱାଳ

 

ଠାକୁରାଣୀ ପୀଠେ କେତେ ବୋଦା ବଳୀ ଆମ ମାନସିକ ପାଇଁ

କେ’ କରେ ନିରୀହ ଚଢ଼େଇ ଶିକାର, ଚିଲିକା ହ୍ରଦକୁ ଯାଇ

ଭିତରକନିକା ହରିଣ ଶିକାର

ଦେଖୁଚୁ ତ ଭାବଗ୍ରାହୀ ।

 

ପଶୁପକ୍ଷୀ, ଜୀବଜନ୍ତୁ ସିନା ପ୍ରଭୁ ତୋର ଏ ସୃଷ୍ଟିସମ୍ଭାର

ତାଙ୍କ ପ୍ରତି କେହ୍ନେ କରୁଚି ମଣିଷ ନିରିଦୟ ବ୍ୟବହାର

ପ୍ରକୃତି ସୁଷମା ବଢ଼ାଉଚି ଯିଏ

ଡାକଇ ସେ ତ୍ରାହିତ୍ରାହି ।

 

ତାଙ୍କ ଡାକ ଆଜି ଶୁଭୁନାହିଁ ପ୍ରଭୁ କଠୋର ମଣିଷ ହିଆ

କେତେ ସେ କାମରେ ଲାଗନ୍ତି ଆମର, ଜାଣି ହେଉଚୁ ବାଇଆ

ତାଙ୍କୁ ମାରିବାକୁ କିମିତି ଏ ହାତ

ଯାଉଚି ମୁଁ ବୁଝେନାହିଁ ।

 

ମଣିଷର ଶତ୍ରୁ କେତେ ପୋକଜୋକ ଖାଆନ୍ତି ଏ ପକ୍ଷୀକୁଳ

ସଜାଗ ପ୍ରହରୀ ଆମର ଏ ପଶୁ ଜଗେ ଅରଣ୍ୟ ସମ୍ବଳ

ବରଷାଟି ହବ, ଅମ୍ଳଜାନ ଥିବ

ଏକଥା ଭାବୁନଥାଇ ।

 

କହିଦେ କାଳିଆ ମଣିଷଜାତିକି, ନମାରୁ ସେ ପଶୁପକ୍ଷୀ

ତାଙ୍କରି ସୁରକ୍ଷା ପାଇଁ ସରକାର ଟାଣ ଦଣ୍ଡ ଦେଉ ରଖି

କେ’ ନମାରୁ କାହିଁ ପଶୁପକ୍ଷୀଟିଏ

ଜୀବେ ଦୟା ଭାବ ବହି ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in