Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amulya Kumar Panda

Others

3.2  

Amulya Kumar Panda

Others

" ଆସିଲା ବରଷା କାଳ "

" ଆସିଲା ବରଷା କାଳ "

1 min
20.3K


  " ଆସିଲା ବରଷା କାଳ " 
-------------------------------
ଆସିଲା ବରଷା କାଳ 
ଶୁଣି ଘଡଘଡି ତାଳ 
ସୂରୁଯ ଦେବତା ଲୁଚିଲେଣି କାହିଁ 
ଦେଖି ମେଘ ମାଳ ମାଳ । 
 
ଟପ ଟପ ପଡ଼େ  ପାଣି 
ଆକାଶେ ବିଜୁଳି ଠାଣି 
ନାଚଇ ମୟୂର ପୂଚ୍ଛକୁ ମେଲାଇ  
ଦେଖିକି ବରଷା ରାଣୀ । 
 
ହସି ଉଠେ ବନ ଲତା 
ମୁଣ୍ଡରେ ପକ୍ଷୀଆ ଛତା 
ଚାଷୀ ଭାଇ ଚାଷ କରିବ କ୍ଷେତରେ 
ଚାଷେ ଖେଳାଉଛି ମଥା । 
 
କିଆଁ କଇଁ ଫୁଲ ଫୁଟେ 
ସଙ୍ଗରେ ସୁବାଷ ଛୁଟେ 
ବେଙ୍ଗୁଲି ରାଣୀ ଯେ କେଁ କଟ କଟ 
ଗାଡ଼ିଆ ପୋଖରୀ ତୁଠେ । 
 
ପାଣି ସୁଅ ଓଳି ତଳେ 
କାଗଜର ଡଙ୍ଗା ଚଳେ 
ନାଲି ଟୁକୁ ଟୁକୁ ସାଧବ ବୋହୂଟି 
ଦାଉ ଦାଉ ବେଶେ ଜଳେ । 
 
ଜେଜେ କହେ ରଡି ଛାଡ଼ି 
ଧରି ଶାବଳ ଓ ବାଡ଼ି 
ବରଷା ଆସିଛି ଉଚ୍ଛୁର ନ କରି 
ଗଛ ଲଗା ଧାଡ଼ି ଧାଡ଼ି । 
----ଅମୂଲ୍ୟ କୁମାର ପଣ୍ଡା ----
--ଅରଙ୍ଗାବାଦ୍ , ବରୀ , ଯାଜପୁର --


Rate this content
Log in