Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Ranjan Parida

Others

2  

Prakash Ranjan Parida

Others

ତା'ପରେ

ତା'ପରେ

1 min
6.8K



----------


ଉଜୁଡ଼ି ଗଲା ଗୋଟେ ଛବିଳ ସମ୍ପର୍କ କେଇ ମୁହୂର୍ତ୍ତରେ

ହଜିଗଲା ଘର ବସାଇବାର ସ୍ବପ୍ନ

କିଏ ଜାଣିଥିଲା କେବଳ ଜଣଙ୍କ ଅନୁପସ୍ଥିତିରେ ସୃଷ୍ଟି ହେବ

ଏତେ ବଡ଼ ଶୂନ୍ୟସ୍ଥାନ

ବେଫିକର ଜୀବନରେ ଲାଗିଯିବ ଲଗାମ

ଅତୀତକୁ ଦରାଣ୍ଡୁଥିବ ଗୋଟେ ଉଚ୍ଛଳ ହୃଦୟ ।

ଶେଷରୁ ଆରମ୍ଭ ହେଉଥିବା ଜୀବନକୁ

ସାମ୍ନା କରିପାରୁନଥିବା ମନ

ବେଶ୍‌ ଜୀଉଁଥିବ ଜୀବନ

ବେସୁରା ହେଲେ ବି ବାଜୁଥିବ ବଂଶୀ

କଦ୍‌ବା କେମିତି ବିସ୍ମୟରେ ହେଉ ପଛେ

ଭେଟୁଥିବ ଲୁହର ଅଷ୍ଟମ ରଙ୍ଗ ।

ଅପେକ୍ଷା ନଥିଲା କେଉଁ ଆଗନ୍ତୁକ ପାଇଁ

ତଥାପି ଦ୍ବାରଦେଶେ ଲିପିବଦ୍ଧ ଥିଲା

ସ୍ବାଗତର ବାର୍ତ୍ତାଟିଏ,

କେହି ଆସିବାର ନଥିଲେ ବି

ନିରିହ ଦୁଇଟି ଆଖି

ଦ୍ବାର ଦେଶୁ ଅନିଷା କରୁଥିଲା

ଆଖି ପାଉଥିବା ରାସ୍ତାର ଶେଷସୀମା ଯାଏ ।

ଉପେକ୍ଷିତ ଜୀବନଟିଏ ଜୀଉଁ ଜୀଉଁ

କଦ୍‌ବା କେମିତି ଶୁଭିଯାଉଛି ପ୍ରିୟ ମଣିଷର ଡାକ

ଶୁଷ୍କ ପତ୍ରର ମର୍ମର ଭିତରୁ,

ଛବିଳ ସମ୍ପର୍କ ଉଜୁଡିବା ପରେବି

ଏମିତି ମୁହୂର୍ତ୍ତ ଜୀବନକୁ ବାରମ୍ବାର ଫେରେ ଓ

ମନକୁ ଫେରାଇ ନିଏ କାହିଁକେତେ ପଛକୁ ।

.....

'ନିଶିପ୍ରଦୀପ', କଏଳପାଳ, ବାତୋ, କେନ୍ଦୁଝର

Mob :9438080583

Email :litp.ranjan@gmail.com


Rate this content
Log in