ମା କାନ ଧରା
ମା କାନ ଧରା
1 min
1.5K
ଭୟ ଲାଗେ ମୋତେ ଏବେ,
ଶୀତ ସକାଳକୁ,
ପିଲା ବେଳେ ସୁରକ୍ଷିତ ମଣୁ ଥିଲି,
ମା ର କୋଳକୁ !
ଖରା ବେଳେ ଝାଳ ହେଲେ,
ଝାଳ ପୋଛେ, ଛୋଟ ରୁମାଲରେ,
ରୁମାଲ କି ସରି ହେବ,
ମା ପଣତ ସାଥିରେ...!
ବର୍ଷାରେ ଭିଜି ଗଲେ,
କାଳେ ମୋତେ ଜ୍ଵର ହବ,
କିଏ ନିଜେ ଓଦା ହୋଇ,
ବର୍ଷା ପାଣି ମୋ ଆଞ୍ଜୁଳାରେ ଦବ?
କାନ ଧରା ସମୟ ଆଉ ଜମା ନାଇଁ,
କାନ ମୋଡା ପରର ସ୍ନେହ ଆଉ ମିଳୁ ନାହିଁ !
ହାତ ଥିଲେ ଜଖମ,
ସେ ଖୁଆଇ ଦେଉଥିଲା,
କେଜାଣି ସେ ସମୟ,
କୁଆଡେ ଯେ ଚାଲିଗଲା?
ପ୍ରଭୁଦତ୍ତ ପ୍ରଧାନ
ଦୁର୍ଗାପ୍ରସାଦ, ନୟାଗଡ