Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhakanta

Romance

2  

Abhakanta

Romance

ତୁମକୁ ସପନେ ସପନେ ଗୋପନେ

ତୁମକୁ ସପନେ ସପନେ ଗୋପନେ

1 min
6.6K


ତୁମକୁ ସପନେ ସପନେ ଗୋପନେ

 

ଆଭାକାନ୍ତ ମହାନ୍ତି

 

ତୁମକୁ ସପନେ ସପନେ ଗୋପନେ

       ଅନେକ ଥର ମୁଁ ଦେଖେ,

ହୃଦୟ ଫଳକେ ତୁମରି ମୂରତି

       ସରବଦା ମୁଁ ଗୋ ଆଙ୍କେ । ୦ ।

 

ପରୀ-ରାଇଜର           ଜେମା ଆଗୋ ତୁମେ

       କୁହୁକ-ଦେଶର କୁଆଁରୀ,

ଭାବନା-ଉସର-           ଭୂମିରେ ରଚିଲ

       ଅୟୁତ ଆଶାର କିଆରୀ,

ବାକି ଯାହା ନୀଳ ପଣତ ଉଡ଼ିବା

       ମୋ ମନ-ଝରକା ଫାଙ୍କେ । ୧ ।

 

ଆସନା ଗୋ ମୋର             ବାସ୍ତବ ଜୀବନେ

       କଳ୍ପନା-ରାଇଜ ପରୀ,

ପାଇବିନି ଯେବେ         ତୁମକୁ ଗୋ, ତେବେ

       ଯିବି ସେ ରାଇଜେ ଘୂରି,

ଆସିବନି ପ୍ରିୟା କରିଥିବ ଦୟା

       ଦର୍ଶନାଭିଳାଷୀ ରଙ୍କେ । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in