ଭିନ୍ନ କିଛି କଥା
ଭିନ୍ନ କିଛି କଥା
1 min
215
ନିଜକୁ ନିତ୍ୟେ ଆଗେ ଭଲ ପାଇବ,
ତେବେ ଅନ୍ୟଙ୍କୁ ଭଲ ପାଇଁ ପାରିବ,
ସ୍ନେହ ସମ୍ମାନ ଯାହା ଆଶା କରୁଥିବ,
ଆଗେ ଅନ୍ୟଙ୍କୁ ଦେବାକୁ ଚେଷ୍ଟା କରିବ |୧|
ଦିନ ପ୍ରତିଦିନ ସମୟ ଯେ ନିରନ୍ତର ବଦଳୁଥିବ,
ଆଜିର ଯାପିତ କ୍ଷଣ ଅଭୁଲା ଅତୀତ ହୋଇଯିବ,
ନୂଆ ପୁରୁଣା ପରିଚୟଙ୍କ ସହ ଭେଟ ହୋଉଥିବ,
ପରେ ପରେ ଏକ ସୁନେଲି ସ୍ମୃତି ହୋଇ ରହିଯିବ |୨|
ମନ ର କିଛି କଥା କହି ହୋଇ ପାରିବ,
କିଛି ଅକୁହା କଥା ମନ ରେ ହିଁ ରହିଯିବ,
ଯଥାସମ୍ଭବ ନିଜକୁ ଆନନ୍ଦ ଆରାମ ଦେବ,
ସତ ଯେ ନିଜ କଥା ନିଜେ ଭାବିବାକୁ ହେବ |୩|