Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Satyaprakash Sethy, M. A(UGC NET)

Abstract Others

5.0  

Satyaprakash Sethy, M. A(UGC NET)

Abstract Others

କେହି ଦେଲେ ନାହିଁ ମୂଲ

କେହି ଦେଲେ ନାହିଁ ମୂଲ

1 min
380


ଜୀବନ ତମାମ କେତେ ଯେ ଖଟିଲି

କେହି ଦେଲେ ନାହିଁ ମୂଲ

ନିଜର ବୋଲିଣ ଯାହାକୁ ମଣିଲି

ସବୁ କି ଦୁରେଇ ଗଲ।। 0

ଏବେ ବୟସର ଅପରାହ୍ନରେ ଯେ

କେଉଁଠି ଥାପିବି ମୁଣ୍ଡ

ଦୂର ଦୂର କରି ଦିଅନ୍ତି ଗୋଡାଇ

ଏମିତିକା ସେ ଯେ ଗଣ୍ଡ।। 1

ଜାଣୁ ସେ ଯେ ନିଜର ଭବିଷ୍ୟ

ଆସୁଛି ସେ ପୁଣି କାଲି

ସେଦିନ କାନ୍ଦିବ କା ଗୋଡ଼ ଧାରିଣ

ଏ ଦିନେ ବୁଝିଲା ନାହିଁ।। 2

କାହିଁକି କହିବ କାହାର ଭବିଷ୍ୟ

ନିଜେ ତ ଭବିଷ୍ୟକାର

ଭବିଷ୍ୟ ଲେଖ କି ଅପରାଧ କିଣ

ନିଜ କାମ ନିଜେ କର।। 3

ବାକି ରହିଗଲା ଖଟଣିର ମୂଲ

କାହାକୁ ମାଗିବି ମୁହିଁ

ଦୁନିଆଟା ଏଡ଼େ ସ୍ୱାର୍ଥପର ଅବା

ଚାହିଁଲେନି ମୁହଁ କାହିଁ।। 4


Rate this content
Log in