Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bauribandhu Lenka

Others

4.7  

Bauribandhu Lenka

Others

ଭାରି ଭଲ ଲାଗେ

ଭାରି ଭଲ ଲାଗେ

1 min
148



ହୋଇଥାଉ ପଛେ

ଭଙ୍ଗା ଚାଳଘର

ମାଟିକାନ୍ଥ ବାଡତାଟି ।

ତୋହରି କୋଳରେ

ଶୋଇଗଲେ ମୋତେ

ଭାରି ଭଲ ଲାଗେ

ତୁହି ମା ଉତ୍କଳମାଟି ॥୧॥


ତୋ ପାଣି ପବନ

ନଦୀ ଗିରି ବନ

ପୁର ପଲ୍ଲୀ ତୋଟାମାଳ ।

ତୋ ଗାଆଁ ଦାଣ୍ଡରେ

ସଂଜ ସକାଳରେ

ଭାରି ଭଲ ଲାଗେ

ପିଲାଙ୍କର ଧୂଳିଖେଳ ॥୨॥


ତୋ ଐତିହ ଗୀତି

ତୋ କଳା ସ୍ଥପତି

ଦେଖି ଫୁଲିଉଠେ ଛାତି ।

ପୁଣ୍ୟ ନୀଳାଚଳ

ବୌଦ୍ଧ କୀର୍ତ୍ତିସ୍ଥଳ

ଭାରି ଭଲ ଲାଗେ

କୋଣାର୍କ ସ୍ଥାପତ୍ୟ କୀର୍ତ୍ତି ॥୪॥


ପଣା ସଂକରାନ୍ତି

ଅକ୍ଷୟ ତୃତୀୟା

ତାପରେ ରଜ ପରବ ।

ନୂଆଖାଇ ପରେ

ଦେବୀ, ଦଶହରା

ଭାରି ଭଲ ଲାଗେ

ଫଗୁଣେ ଦୋଳ ଉତ୍ସବ ॥୫॥


ରଜ ଦୋଳିଖେଳ

କୁମାର ପୁନେଇଁ

ପୁଚି ଖେଳ ଡଙ୍ଗାଭସା ।

ଜାଗର ଯାତରା

ହୋଲି ଫଗୁ ଖେଳ

ଭାରି ଭଲ ଲାଗେ

ମାର୍ଗଶୀର ମାଣବସା ॥୬॥


ବୈଶାଖେ ଚନ୍ଦନ

ଜ୍ୟେଷ୍ଠମାସେ ସ୍ନାନ

ଆଷାଢେ ଗୂଣ୍ଡିଚା ଯାତ ।

ପୁରୀ ଶଙ୍ଖକ୍ଷେତ୍ର

ବିଜେ ଜଗନ୍ନାଥ

ଭାରି ଭଲଲାଗେ

ବଡଦାଣ୍ଡେ ତିନି ରଥ ॥୭॥


ଅତି ମନୋହର

ସୁଦୀର୍ଘ ସାଗର

ସୁରମ୍ୟ ଚିଲିକା ହ୍ରଦ ।

ପକ୍ଷୀ ନାନା ଜାତି

ଆନନ୍ଦେ ଖେଳନ୍ତି

ଭାରି ଭଲ ଲାଗେ

କାଳିଜାଈ ପାରିକୁଦ ॥୮॥


ତୋ ଐତିହ ଗୀତି

ସଦ୍ଭାବ ସଂପ୍ରୀତି

ସାରା ଜଗତରେ ସାର ।

ତୋ ପାଣି ପବନେ

ଗଢା ଏ ଶରୀର

ଭାରି ଭଲ ଲାଗେ

ଜନମ ନେବାକୁ

ତୋ କୋଳରେ ବାରମ୍ବାର ॥

********


Rate this content
Log in