ପାଶେ ବସିଥିଲେ ଆଈ
ପାଶେ ବସିଥିଲେ ଆଈ
ଚିଙ୍ଗୁଡ଼ି ମାଛରେ ଆମ୍ବୁଲ ପକେଇ
ରାନ୍ଧିଥିଲା ଅପା ମୋର
ଜେଜେ ବାପା ସଙ୍ଗେ ଖାଉଥିଲି ମୁହିଁ
ଲାଗୁଥିଲା ଭାରି ଭଲ ।
କାଞ୍ଜିପାଣି ଦେଇ ତୋଡ଼ି ମାଛ ବୋଉ
ରାନ୍ଧିଥିଲା ବାଗ କରି
ଜେଜେ ମାଆ ସଙ୍ଗେ ଖାଉଥିଲି ବସି
ଆସନରେ ଚକା ପାରି ।
ମାଗୁର ମାଛରେ ବସା ଦହି ଦେଇ
ରାନ୍ଧିଥିଲେ ଟି ଭାଉଜ
ଖାଇବା ବେଳରେ ତାଙ୍କରି ସଙ୍ଗରେ
କରୁଥିଲି ମୁଁ ମଉଜ
ମାଇଁ ରାନ୍ଧିଥିଲେ କେରାଣ୍ଡି ମାଛକୁ
ସୋରିଷ ବାଟଣା ଦେଇ
ଅଜାଙ୍କ ସାଙ୍ଗରେ ଖାଉଥିଲି ପରା
ପାଶେ ବସିଥିଲେ ଆଈ