Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

5.0  

Sadananda Sahoo

Others

ନିରିମାଖି ଫୁଲ କୋଠର ଆଘାତ

ନିରିମାଖି ଫୁଲ କୋଠର ଆଘାତ

1 min
7.3K


ନିରୀମାଖି ଫୁଲ ପାଇନାହିଁ ମୂଲ

ଅକାଳେ ବାହୁଡି ଗଲା ;

ହାୟ ରେ ବିଧାତା ଏକି ତୋ'ର ଇଚ୍ଛା

ସ୍ୱପ୍ନ ଆଖି ହଜିଗଲା !!

ସ୍ୱପ୍ନ ଭିଜି ଗଲା ଆଖିର ଲୁହରେ

ଭିଜିଲା ପଣତ କାନି ;

ମାତା ଗର୍ଭଧାରୀ କାନ୍ଦୁଚି ବାହୁନି

କାହିଁ ଗଲ କୁନା ମୁନି !!

ବିଦ୍ୟା ଶିକ୍ଷା ଲାଭ ସାଜିଲା ଅଶୁଭ

ରାଜପଥେ ମୃତ୍ୟୁ ଯୋଗ ;

ପାଞ୍ଚଟି ଫୁଲକୁ ଦଳିଲା ଦାନବ

ବାହୁଡିଲେ ସର୍ବେ ସ୍ଵର୍ଗ !!

ଅକାଳେ ଝଡିଲା ଫୁଲର ପାଖୁଡା

କେମିତି ସହିବ ମାଆ ;

ଦଶ ମାସେ ସିଏ ଗର୍ଭେ ଧରି ଥିଲା

ବୁଡିଗଲା ତା'ର ନାଆ !!

ଏକି ବିଭୀଷିକା ଏ ଦୁନିଆ ଛାନିଆ

କାଳର କରାଳ ରୂପ ;

ଲୌହ ଭାରି ଯାନ କଲା ଏ ସଂହାର

ରାଜପଥେ ଧ୍ଵଂସ ସ୍ତୁପ !!

ମୁଁ ସିନା ସହୁଛି କଵିଟିଏ ବୋଲି

କେମିତି ସହିବ ମାଆ ;

କେତେ ଆଶା ନେଇ ପାଳିଥିଲା ସେଇ

ତା'ତୁଣ୍ଡରୁ ହଜିଲା ନାଆ !!

ପିତୃ ଦେବ ମୁକ ଢାଳେ କେତେ ଲୁହ

ହୃଦୟଟା ଯାଏ ଫାଟି ;

କାହିଁ ଗଲ ଧନ ହେ ସୁନା ମନ

ମୋତେ କେ ଦବରେ ମାଟି !!

ଶେଷ ଶ୍ରଦ୍ଧାଞ୍ଜଳୀ ପୁଷ୍ପ ର ଆଞ୍ଜୁଳି

କରୁଛି ମୁଁ ସମର୍ପଣ ;;

ହେ ଶିଶୁ ଗଣ କର ହେ ଗ୍ରହଣ

ଏ ଶ୍ରଦ୍ଧାର ସୁମନ ଜାଣ !!

ପୁଣି ଆଉଥରେ ସରାଗ ମନରେ

ମର୍ତ୍ତ୍ୟ ପୁରେ ତୁମେ ଆସ ;

ହସିବ ଜନନୀ ସ୍ନେହର ରଙ୍କୁଣୀ

ତଵ ପୁନର୍ଜନ୍ମ ହେବ ସତ୍ୟ !!

ସଦାନନ୍ଦ ସାହୁ ;କାରା କର୍ମଚାରୀ ;

କେନ୍ଦ୍ରୀୟ କାରାଗାର ;କଟକ ; ଚୌଦ୍ୱାର ;

ଦୂର ଭାଷ ସଂଖ୍ୟା -9776184548


Rate this content
Log in