କପଟ
କପଟ
1 min
1.0K
ଯାହାକୁ ବି ମନ ଦେଲି ରେ ସଙ୍ଗାତ
ନିରାଶେ ଫେରି ଆସିଲା
ମିଛ ଅଭିନୟ ଦେଖି ଦେଖି ମୋର
ଜୀବନଟା କଟିଗଲା
କିଏ କେତେ ରଙ୍ଗେ ଖେଳିଲା ତା ଖେଳ
ନିଜର ସୁବିଧା ପାଇଁ
ସେ ଖେଳରେ ବନ୍ଧୁ ଯେତେ ଚେଷ୍ଟା କଲି
ଜିତି ମୁଁ ପାରିଲି ନାହିଁ
ଭାବିପାର ଏହା ମନର କଳ୍ପନା
ରୂପ ନେଇଛି କବିତା
କିନ୍ତୁ ଜାଣି ରଖ ସତ କହୁଛି ମୁଁ
ମନ ମୋ ହୋଇଛି ପିତା
ଚିତ୍ତ ରଞ୍ଜନ ଲେଙ୍କା (କଟକ)