ରଥଯାତ୍ରା
ରଥଯାତ୍ରା
ଭକତ ମାନଙ୍କୁ ଦର୍ଶନ ଦେବାକୁ
ହେବଣି ମନ ଉଚ୍ଛନ୍ନ
ଭାଇ ଭଉଣୀଙ୍କୁ ସଙ୍ଗତରେ ଘେନି
ରଥ ଚଢିବାରେ ମନ
ମାଉସୀ ଘରର ପୋଡପିଠା ପାଇଁ
ଲୋଭ ବି ତୋର କାଳିଆ
ଭକତ ମେଳରେ ମଜା କରିଯିବୁ
କେ ବୁଝିବ ତୋର ମାୟା
ତୋ ରଥ ଦଉଡି ଧରିବାକୁ କେତେ
ଭକତ ଆଜି ଆକୁଳ
ରଥରେ ତୋ ରୂପ ଦେଖିଦେଲେ ଥରେ
ପାଇବେ ମୁକତି ବଳ
ମୁଁ ସିନା କେବଳ କଲ୍ପନା କରିବି
ସତଟା ତୋତେ ହିଁ ଜଣା
ହେଲେ ମୁଁ ନିଶ୍ଚିତ ତୋ ଇଚ୍ଛାରେ ଖାଲି
ଥାଏ ମଙ୍ଗଳ କାମନା
ଚିତ୍ତରଞ୍ଜନ ଲେଙ୍କା,କଟକ