ମୋତେ ନପାରିବ ଭୁଲି
ମୋତେ ନପାରିବ ଭୁଲି
1 min
7.1K
ମୋ ପରେ ଏ ପୁରେ ପରଶି କବିତା
ହରଷେ କିଏ ରେ ଚୋଷିବ ଯୋଷିତା !
ମୋତେ କେବେ ତୁମେ ନ ପାରିବ ଭୁଲି;
ଖୋଜିବ — ଏ ଭୂମେ ଆସ ଥରେ ବୁଲି ॥୧
ଅଛି ବୋଲି ପାଶେ, ପାରୁ ନାହଁ ଜାଣି;
ଗଲେ ପରବାସେ ଦେଖିବ ଉଜାଣି ।
ଦିଅ ଏବେ ଢାଳି ଯେତେ ଦେବ ଗାଳି,
ଗଲେ ଏଠୁ ଚାଲି ଝୁରୁଥିବ ଖାଲି ॥୨
ଝୁରିବେ ବାସର, ଯାମିନୀ, ଚାନ୍ଦିନୀ,
ସରିତର ଝର, ସମୀର, ଦାମିନୀ ।
ଏଇ ବନ ମଲ୍ଲୀ, ଏ କାନନ ଛଲ୍ଲୀ,
ଏଇ ପୁରପଲ୍ଲୀ ଏହି ପୁତ୍ର ତଲ୍ଲୀ ॥୩॥
ଲଲାଟେନ୍ଦୁ କବି
୨୦୧୮୦୧୨୬୧୦୨୮
ବାସର= ଦିବସ; ସମୀର= ପବନ; ଦାମିନୀ=
ବିଜୁଳି; ଛଲ୍ଲୀ= ଲତା; ତଲ୍ଲୀ= ଝିଅ