ବିଚିତ୍ର ଏ ମନ ମୋର
ବିଚିତ୍ର ଏ ମନ ମୋର
ଯେତେବେଳେ ଛୋଟ ପିଲା ଥିଲି,
"ପାପା" "ମାମା" ଏଇ କେତୋଟି ଶବ୍ଦ ମୁଁ
ଖନେଇ ଖନେଇ କହୁଥିଲି ॥
ମନ ମୋର ଯାହା କରୁଥିଲି,
ଖେଳଣା କଣ୍ଢେଇ ଆସୁଥିଲା ଯେତେ
ସବୁ ଭାଙ୍ଗି ମଜ୍ଜା ନେଉଥିଲି ॥
ନିଜକୁ ମୁଁ ବଡ ଭାବୁଥିଲି,
ପାପାଙ୍କର ଯୋତା ଚପଲ ପିନ୍ଧି କି
ଘର ଅଗଣାରେ ଚାଲୁଥିଲି ॥
ଗାଲୁ ଗାଲୁ କରି ଗପୁଥିଲି,
ଜେଜେ,ଜେଜେମା ଖୁସି ହେଉଥିଲେ
ପରିବାର ମନ ମୋହୁଥିଲି ॥
ବୟସ ମୋ ଚାଲିଥିଲା ବଢି,
ସ୍କୁଲ୍ ରେ ମୋର ନାମ ଲେଖିଦେଲେ
ବାହାରିଲି ମୁଁ ପାଠ ପଢି ॥
ଯୁବା ବୟସ ମୋ ଆସିଗଲା,
ପାଠ ପଢା ସାରି ବାହା ସାହା ହେଲି
ସଂସାରୀ ଜୀବନ ଚାଲୁ ହେଲା ॥
ସମୟ ଚାଲିଲା ଗଡି ଗଡି,
ପଡି ଉଠି ଧାଇଁ ବୃଦ୍ଧ ମୁଁ ହେଲିଣି
ହାତରେ ମୋ ଆଜି ଆଶାବାଡି ॥
ମନ ଖୋଜେ ଆଜି ପିଲାବେଳ,
ପିଲାବେଳେ ଶୀଘ୍ର ବଡ ହେବା ପାଇଁ
ଏଇ ମନ ଥିଲା କି ଚଞ୍ଚଳ ॥
ବଡ ବିଚିତ୍ର ଏ ମନ ମୋର,
ଯେତେବେଳେ ଯାହା ଚାହିଁଲେ କିଏ ସେ
ପୂରଣ କରିବ ଇଚ୍ଛା ତାର ॥
*****