Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Romance

5.0  

ବି. ନିରୁପମା

Romance

ମନାସି ଥିଲି ଏ ବ୍ରତ

ମନାସି ଥିଲି ଏ ବ୍ରତ

1 min
7.2K


ତୁମ ଲାଗି ମୁଁ ଯେ ଓପାସ ରଖିଛି

ମନାସିଥିଲି ଏ ବ୍ରତ ,

ଆନକୁ-ନଜର ଦୋଷ ଝାଡିବାକୁ

ମିଛ ନୁହେଁ,ପୂରା ସତ ।


ଏ ଗୋପରେ କା'ର ନଜର ପଡ଼ିଛି

କିଏ ସେ ପେଶୁଛି ଦୂତ ,

ତାଙ୍କ ଆତଙ୍କରେ ସାରା ପୁରବାସୀ

ହେଉଛନ୍ତି ଭୟଭୀତ ।


ତୁମ ଲାଗି ସିନା ଆଶ୍ଵସ୍ତିରେ ଟିକେ

ଜନେ ରହୁଛନ୍ତି ଏଠି ,

ପ୍ରତି ପ୍ରମାଦରୁ ତୁମେ ତ ତାରୁଛ

ଆସୁଛି ଯା' ଗୋଟି,ଗୋଟି।


ଏଠି ସିନା ତୁମ ଜୟଘୋଷ ଶୁଭେ

ତେଣେ କା'କରାଳ ଦୃଷ୍ଟି ,

ବାରବାର କେତେ କୁଚକ୍ରାନ୍ତ କରେ

ନାଶିବାକୁ ତଵ ସୃଷ୍ଟି।


ତା'ର ସେଇ ହୀନ ଉଦ୍ୟମକୁ କେବେ

ନ ମିଳୁ ଯେ ସଫଳତା ,

ସକଳ ଆପଦ,ବିପଦୁ ତୁମକୁ

ରଖନ୍ତୁ ସେ ଗୌରୀ ମାତା ।|



ବି ନିରୁପମା।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ


Rate this content
Log in

Similar oriya poem from Romance