Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Romance

3  

Geeta Sarangi

Romance

ବର୍ଷା ବନାମ ପ୍ରେମିକ

ବର୍ଷା ବନାମ ପ୍ରେମିକ

1 min
6.5K


ବର୍ଷା ବନାମ ପ୍ରେମିକ              ଗୀତା ଷଡ଼ଙ୍ଗୀ

ବର୍ଷାରେ ବାରମ୍ବାର
ମନେ ପଡୁଥିଲ ତମେ
ବିଜୁଳି ଚମକିଲା ପରି
ଚମକ ଖେଳୁଥିଲା ତମ ଆଖିରେ
ଦେଖିଦେଲେ ମତେ ଥରେ ।
ମେଘ ପରି ମନୁଆ ଥିଲ ତମେ
କେବେ ଗୁମସୁମ୍ ତ
କେବେ ଝରୁଥିଲ ବାବଦୁକ ପରି
ରାଗିଗଲେ ଘଡଘଡି ପରି
ଶୁଭୁଥିଲା ତମ ରଡି ।
ଭଲ ପାଇବାର ବର୍ଷାରେ
ଭିଜାଉଥିଲ ପୁଣି
ମେଘ ପୃଥିବୀକୁ ଭିଜାଇଲା ପରି,
ଅଲାଜୁକ ବର୍ଷା ଭଳି
ଅସ୍ତବ୍ୟସ୍ତ କରୁଥିଲ ଅଚାନକ ଆସି
ପ୍ରେମର ଝରରେ ତିନ୍ତାଉଥିଲ ସାରା ଦେହ
ତମ ପରି ଅଲାଜୁକ ପ୍ରେମିକ
ଆଉ କିଏ ଥିଲା କୁହ ?
ଆଜିକାଲି ଆଉ ଆଗପରି
ଆସୁନାହଁ ତମେ ବେଳ ଅବେଳରେ
ବର୍ଷୁ ନାହଁ ପ୍ରେମରେ
କି ଗର୍ଜୁନାହଁ ରାଗରେ
ହାଲ୍କା ବାଦଲ ପରି
ଫିକାଫିକା ମନ ତମ
ଭାସିଭାସି ଉଡିଯାଏ ଦୂରେ ।
ଧରା ଦିଅନାହିଁ ଆଗପରି
ଆଷାଢ କି ଶ୍ରାବଣରେ
ପ୍ରଚଣ୍ଡ ରୌଦ୍ରରେ ଜୀବନଟା
ଏବେ ପାଲଟିଲାଣି ମରୁଭୂମି
ଭୁଲିଯାଇ ମତେ ଏକେବାରେ
ରହିଲ ତମେ ପ୍ରିୟ
କାହିଁ କେତେ ଦୂରେ
ପିଆସୀ ମୁଁ ଝୁରିମରେ ।

 


Rate this content
Log in