Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଏ କଥା ଶିଖାଏ ପରା

ଏ କଥା ଶିଖାଏ ପରା

1 min
6.6K


ଶ୍ରୀ ନୀଳମଣି ଚାନ୍ଦ


ପ୍ରଭାତରେ ଫୁଟେ ପଦୁଅଁ ଫୁଲରେ

ସଞ୍ଜ ହେଲେ ଫୁଟେ କଇଁ,

ସୂର୍ଯ୍ୟମୁଖୀ ଫୁଟେ ସୁରୁଯକୁ ଚାହିଁ

ଆଉ ଦିଏ ମଥା ନଇଁ l

ମଲ୍ଲିଟି ଫୁଟଇ ଆସିଲେ ଚଇତ

କଲମ୍ବ ବରଷା ଦିନେ

ପଠାରେ ଫୁଟଇ ଶରତରେ ଯିଏ

କାଶତଣ୍ଡୀ ବୋଲି ଚିହ୍ନେ l

କାକରରେ ଭିଜି ଶୀତରେ ଫୁଟଇ

ଗୋଲାପ ତ କଣ୍ଟା ଡାଳେ

ବଣମଲ୍ଲୀ ଫୁଟେ ବାସ ଚହଟେଇ

କେଉଁ ଦୂର ବଣ ମାଳେ l

ଅପରାଜିତା ତ ଫୁଟଇ ସିନାରେ

ଶରତ ଆସିବା ଜାଣି

କାହାକୁ ସକାଳେ କାହାକୁ ସଞ୍ଜରେ

ଫୁଟାଏ ପ୍ରକୃତି ରାଣୀ l

ଇନ୍ଦ୍ରଧନୁ ରଙ୍ଗ ଫୁଲରେ ରହିଛି

ଭରିଛି ତା’ ଠାରେ ବାସ !

ଫୁଲର ଭିତରେ କାଲିର ଫଳଟି

ରହିଛି ସିନାରେ ଲୁଚି

ଆସୁ ମହୁମାଛି, ପରଜାପତିରେ

ଯାଏନା ଜମା ସେ ଘୁଞ୍ଚି l

ବୃନ୍ତ, ରେଣୁ ଆଉ କେଶର ପାଖୁଡା

ଫୁଲର ତ ଅବୟବ

କେଉଁ ଫୁଲ କାହା ଜାତୀୟ ଫୁଲରେ

ବୁବୁନ୍ ତ କହିଦେବ l

ଜୀବନ କାଳ ତା’ ହୋଇପାରେ ସ୍ୱଳ୍ପ

ହସି ହସାଏ ସେ ଧରା

ସୁଚାରୁ ଭାବରେ କରିଯାଅ କାମ

ଏ କଥା ଶିଖାଏ ପରା l


Rate this content
Log in

Similar oriya poem from Classics