Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational

5.0  

Bauribandhu Lenka

Inspirational

ତୁମ କରୁଣାରୁ

ତୁମ କରୁଣାରୁ

1 min
7.2K


ତୁମ କରୁଣାରୁ ପ୍ରତି ପ୍ରଭାତରେ

ମୋ ବେନି ନୟନ ଖୋଲେ ।

ସେ ନୟନ ଶୋଇଯିବ ଚିରଦିନ

କରୁଣାର ଊଣା ହେଲେ ॥ ୦॥


ତୁମ ଇଙ୍ଗିତରେ ସକାଳ ସୂରୁଜ

ଢାଳେ ସୁନେଲି କିରଣ ।

ଗାଆନ୍ତି ବିହଙ୍ଗ ଫୁଟେ ନାନା ଫୁଲ

ବହେ ମନ୍ଦ ସମୀରଣ ।

ତୁମ ସଂରଚନା ତୁମ ସଂଯୋଜନା

ପାଇବି କେଉଁଠି ଗଲେ ।

ତୁମ କରୁଣାରୁ ପ୍ରତି ପ୍ରଭାତରେ

ମୋ ବେନି ନୟନ ଖୋଲେ.........॥ ୧ ॥


ଜଡ ବା ଚେତନ ସବୁଥିରେ ଗୁଣ

ଦେଇଅଛ ତୁମେ ଖଞ୍ଜି ।

କେ ପରାଙ୍ଗପ୍ରିୟ କେ ବା ସ୍ୱୟଂକ୍ରିୟ

ଗୁଣୀ ଜାଣିଥାଏ ଖୋଜି ।

ତୁମ ଯାଦୁକରୀ ପାରେନା କେ ଜାଣି

ଯିଏ ଯେତେ ଚେଷ୍ଟା କଲେ ।

ତୁମ କରୁଣାରୁ ପ୍ରତି ପ୍ରଭାତରେ

ମୋ ବେନି ନୟନ ଖୋଲେ.........॥୨ ॥


Rate this content
Log in

Similar oriya poem from Inspirational