ହେ କଳାବିନ୍ଧାଣୀ
ହେ କଳାବିନ୍ଧାଣୀ
1 min
6.3K
ତୁମେ ମୋ ଜୀବନ ପ୍ରଭୁ
ତୁମେ ମୋ ସ୍ପନ୍ଦନ,
ତୁମ ବିନା ଏ ଜୀବନ
ହୁଏ ମୂଲ୍ୟହୀନ ।
ସଚରାଚରରେ ଲଭେ
ତୁମ ପଦଚିହ୍ନ,
ପ୍ରତ୍ୟକ୍ଷ ପରୋକ୍ଷେ ଥାଏ
ତବ ଅବଦାନ ।
ତୁମ ବିନା ଏ ଜୀବନ
ହୁଏ ମୂଲ୍ୟହୀନ...
ହେ କଳାବିନ୍ଧାଣୀ
ସବୁ ତୁମରି ଭିଆଣ,
ଷାଠିଏ ପଉଟି ଭୁଞ୍ଜ
ହେ ମଧୁସୂଦନ।
ସୃଷ୍ଟି ମୂଳାଧାର ତୁମେ
କେତେ କର ଲୀଳା,
ଦୁଷ୍ଟ ସଂହାରିବା ପାଇଁ
କେତେ କର ଖେଳା।
ପ୍ରଣତି ମହାପାତ୍ର। ଶିକ୍ଷୟତ୍ରୀ
ବାଲେଶ୍ୱର