ସ୍ମୃତି ଆମ ମେଘ ବରଷିବା
ସ୍ମୃତି ଆମ ମେଘ ବରଷିବା
ହୄଦୟରେ ଲେଖା ହୋଈ ରହିଗଲା
ସେ ଦିନର ମେଘଖଣ୍ଡ ଗୂଡିକ
ଯେମିତି ନୀଳ ନଭେ ଈତସ୍ତତଃ
ପଳାୟନ କରୁଥିଲେ ମେଘମାଳ
ଆଉ ଆମେ ଭିଜୁଥିଲେ ସେଇ
ବରଷାର ଭିଜାମାଟିର ବାସ୍ନାରେ ।
ସେଦିନ ତମେ ଆଉ ମୁଁ ହିଁ ଥିଲେ
ଦୁହେଁ ଦୁହିଁଙ୍କୁ ସମର୍ପି ଯାଇଥିଲେ
ମେଘମାଳ ବି ସୁନ୍ଦର ଲାଗୁଥିଲା
ଆଉ ବରଷାରେ ଭିଜିବା ବି ।
ହେଲେ ଆଜି ତମେ ଆଉ ତମ
ଛୋଟ ଛୋଟ ମନର ପ୍ରଶ୍ନଗୁଡିକ
ତୁମ ସନ୍ଦେହ ଖାଲି ମାଳ ମାଳ
ନା ମୁଁ ଭିଜିପାରୁଛି ନା ତୁମକୁ
ଭିଜାଈ ପାରୁଛି ଆଗଭଳି ?
ମୁଁ ମୋ ନିଜକୁ କେଉଁ ମୁହୁର୍ତ୍ତେ
ଲୁହରେ ଭିଜାଈପାରୁଛି ତୁମ
ସ୍ମୃତିକୁ ସାଉଁଟି ନିଜ କୋଳେ
ଠିକ୍ ସେତିକିବେଳେ ମୋ ପଣତକାନି
ଖୁବ୍ ନିଆରା ରୁପ ନେଉଛି
ସତେ ଯେମିତି ସେ ଏକା ଆଜି
ଏତେ ବଡ ଦୁନିଆରେ
ମୋର ଏକ ମାତ୍ର ସାହାରା ।