Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୧୧୧

ଜୀବନ ଗୀତା- ୧୧୧

1 min
13K


ଜୀବନ ଗୀତା- ୧୧୧

ଛଳଛଳ ଏଇ ଛବିଳ ଜୀବନ
କେବେ କୋଳାହଳ ଅକଳନ
କେବେପୁଣି ତଲ୍ଲୀନ ମହାମଉନ ॥୦॥

ଗେଲବସରରେ ବିତିଯାଏ ବାଲିଖେଳ
ଓଦାଓଦା ସ୍ମୃତି ଚଞ୍ଚଳ ସେ ପିଲାବେଳ
ଛଅଋତୁ ପରେ ପ୍ରେମଋତୁ ଘାରେ
ସେ ତ ଦେଖାଇ ସପନ ରାତିଦିନ ॥୧॥

ବୟସ୍କବେଳର ଯେତେ ଲୁହଲହୁ ଝାଳ
ଥମଥମ କେତେ ନିଛାଟିଆ ଖରାବେଳ
ଫଗୁଣର ପରେ ନିଦାଘରେ ଜଳେ
ସୁନ୍ଦର ସଜଡା ସବୁ ଇଚ୍ଛାମାନ ॥୨॥

ଅନ୍ଧାରରେ ଦୀପ ପରି ଜଳି ସରେ ବଳ
ସରିସରି ଆସେ ଦୀପରୁ ଯେତେକ ତେଲ
ଶୁଖିଲା ଦୀପରେ ଜଳିଉଠେ ଜୋରେ
ଆସିଯାଏ ଯେବେ ତାର ଶେଷଦିନ ॥୨॥


Rate this content
Log in