Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance Abstract Others

2  

Bijay Prusty

Romance Abstract Others

ବେସୁରା ଗୀତି-୭୩୮

ବେସୁରା ଗୀତି-୭୩୮

1 min
6.6K


ମୋ ନିରବତା ଭିତରେ

କେବେ କଣ ଶୁଣିଛୁ କି ହୃଦୟର ସ୍ଵର

ମୋ ଆଖି ତଳେ କେବେ କଣ ପଢିଛୁ କି

କିଛି କିଛି ଅଲେଖା ଅକ୍ଷର ?

ବର୍ଷା ତୁ ବର୍ଷୁଛୁ ସିନା

ମୋ ମନର ମେଘନାଦ ପାଚେରି କୁ ଡେଇଁ

ତୁ ବୁଝୁ କି ନାହିଁ

ହୃଦୟର ଅକୁହା କଥା ମୁଁ କିଛି

ପାରେ ନାହିଁ କେହି ॥

ତୁ ଯେବେ ଛୁଇଁଯାଉ

ହୃଦୟ ର ନିଭୃତ ନିଳୟ

ଛମ୍ ଛମ୍ ତାନେ ତୋର

ପଲ୍ଲବିତ ହୁଏ କିଶଳୟ ॥

ତୁ ଯେବେ ବରଷି ଯାଉ

ଶିହରାଇ ତନୁ ମନ ମୋର

ତୋ ଭିତରେ ଲୁଚିଥାଏ

ଜୀବନର ପ୍ରଥମ ଅକ୍ଷର ॥

ସବୁ ବୁଝି ଅବୁଝା ତୁ କାଳେ କାଳେ

ଖାଲି ପଦେ ଗୀତ ଗାଇଦେଉ

ବର୍ଷଣ ମୁଖରେ ତୋର ରାତିର ଛାତି ରେ

ସବୁ କଥା କହୁଥାଉ ତୋ ନିରବ ସ୍ଵରେ ॥


Rate this content
Log in

Similar oriya poem from Romance