Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Others

2  

Lalatendu Kabi

Others

ପ୍ରୀତିଲେଖା

ପ୍ରୀତିଲେଖା

1 min
6.9K


.ନୟନ ଭଙ୍ଗିମା ଆଙ୍କେ ଯା ପ୍ରତିମା

ଅନ୍ତର ମୁକୁର ପରେ

କି ଲାଗି ଶୋଚନା କରିବି ଅଙ୍ଗନା

ନ ଭାଷିଲେ ତା ଅଧରେ ?୧॥

ନାସା ଉତ୍ସର୍ପଣେ ଶ୍ୱାସ ଉତ୍‐କ୍ଷେପଣେ

ପ୍ରୀତିର ସୁବାସ ଝରେ;

କହିବି କି ଲାଗି — ପାଶେ ଯାଅ ଲାଗି,

କହ ପଦେ ମଧୁସ୍ୱରେ ।୨॥

ଭ୍ରୂଲତା କୁଞ୍ଚନେ ଅଧର କମ୍ପନେ

ସେ କହେ ମଉନ ଗିରେ;

ମୁଁ ବି ତାହା ଦେଖି ହୄଦ- ତଳ୍ପେ ଲେଖି

ଯିବି ପ୍ରୀତି ଲେଖନୀରେ ॥୩॥

ମଦିରା ସେଚିତ ରଚିବି ସଂଗୀତ

ଆଙ୍କି ସେ ଲେଖନୀ ରେଖା,

ଗହନ ଅନ୍ଧାରେ ମୌନ ବସୁଧାରେ

ନିର୍ବଚନ ପ୍ରୀତିଲେଖା ॥୪॥

ଲଲାଟେନ୍ଦୂ କବି

୨୦୧୮୦୪୧୮୧୧୫୦ [ବର୍ଷ ମାସ ଦିନ ଘଣ୍ଟା ମି:]

[ଉତ୍ସର୍ପଣ= swelling, ଫୁଲିବା

ତଳ୍ପ= ବିଛଣା, ତୂଳୀ ଚଳେଇବାର

ଭୂମିନିର୍ବଚନ= ବାକ୍ୟହୀନ, ମୌନ, ନିରବ

ଅଙ୍ଗନା= woman, ନାରୀ]


Rate this content
Log in