Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

BISWESWAR MAJHI

Others

5.0  

BISWESWAR MAJHI

Others

ପଡୋଶୀର ଉପହାର

ପଡୋଶୀର ଉପହାର

1 min
377


ବିଶ୍ୱ ପାଳୁଥିଲା ଭାଲେଣ୍ଟାଇନ ଡେ

ଚଉଦ ଫେବୃୟାରୀ ରେ

ଚକୋଲେଟ ଟେଡି ରୋଜ ଉପହାର

ଆଲିଂଗନ ପରବରେ ।

ବର୍ବର ପଡୋଶୀ ଆମ

ପୁଲୱାମା ଠାରେ ଉପହାର ଦେଲା

ଆରଡିଏକ୍ସ ବେସରମ ।


ତିନି କି.ମି. ଯାଏ ପ୍ରଚଣ୍ଡ ତାହାର

ବିସ୍ଫୋରଣ ଶବ୍ଦ ହେଲା

ସିଆରପିଏଫ୍ ର ଚଉରାଳିଶ ଟି

ଜବାନ ଜୀବନ ଗଲା

ଖଣ୍ଡ ବିଖଣ୍ତ ଶରୀର

ଭୂମିରେ ପଡିଲା ଦେଶ ଥରିଗଲା

ଜୈସେ ମହମ୍ମଦ ଚୋର ।


ପ୍ରେମମୟ ଯୀଶୁ ବାଣୀ ଦେଇଛନ୍ତି

ପଡୋଶୀ ନିଜର ଭାବ

ଏଭଳି ବର୍ବର ପଡୋଶୀ ଯାହାର

ତା' ସାଥିରେ କେଉଁ ଭାବ !

ଅଣ୍ଟି ଛୁରୀ ତଣ୍ଟି କାଟେ

ସହନଶୀଳତା ପରୀକ୍ଷା ନେଉଛ

ଆହ୍ବାନ ଦିଅ ଉଚ୍ଚାଟେ ।


ଶୁପ୍ତ ସିଂହର ଗୁହାରେ ପଶୁଛ

ଭାବୁଛକି ଛେଳି ମେଣ୍ଢା

ତୁମ ଉପହାର ଫେରାଇବୁ ନିଶ୍ଚେ

ସୁଧ ସହ କଡାଗଣ୍ଡା ।

ଜୈସେ ମହମ୍ମଦ ଶୁଣ

ତୁମ ଉପହାର ଭୁଲିବୁନି ଆମେ

କରୁଅଛୁ ଏହି ପଣ ।


ପ୍ରେମ ଦିନ ନୁହେଁ ଶହୀଦ୍ ଦିବସେ

ଦେବୁ ପ୍ରୀତି ଉପହାର

ଆତଙ୍କବାଦର ଦେଶ ଯେଉଁ ଯାଏ

ନଲିଭେ ମାନଚିତ୍ରର ।

ବାଛିଛ ବଢିଆ ଦିନ

ବିଶ୍ୱ ସମୁଦାୟ ଦେଖିବ ତୁମର

ଲିଭିଯିବ ଚିହ୍ନ ବର୍ଣ୍ଣ ।


Rate this content
Log in