ଜୀବନ ଗୀତା- ୪୭
ଜୀବନ ଗୀତା- ୪୭
1 min
6.7K
ଜୀବନ ଗୀତା- ୪୭
ଜୀବନର ସ୍ରୋତ
ଝରି ଚାଲିଥାଏ ପ୍ରତିନିୟତ
ଅଟକିଗଲେ ସେ ମୃତ
ଝରି ଚାଲିଲେ ଜୀବନ୍ତ ॥୦॥
ଝରୁଝରୁ ଗତିପଥ ଦିଏ ବଦଳାଇ
କେବେ ସରୁଧାର କେବେ ବହେ କୂଳଖାଇ
ବହମାନ ଏ ଜୀବନ
ବହୁଥାଏ ରାତିଦିନ
ରୋକିପାରିନାହିଁ ତାକୁ କାହାରି ହାତ ॥୧॥
କୁଳୁକୁଳୁ ଗଡିଯାଏ ଗଡାଣିଆ ପଥେ
ବାଧାପାଇ ଦଣ୍ଡେ ରହିଯାଏ ସେ ଚକିତେ
ମୋହଗ୍ରସ୍ତ ମନ ମାତ୍ର
ଛାଡିଯାଏ ଚଲାପଥ
ଅକାତକାତ ତା' ଗଣ୍ଡ ମଧୁର ଗୀତ ॥୨॥