Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minakshi Samal

Others

3  

Minakshi Samal

Others

ମହୁମାଛି

ମହୁମାଛି

1 min
391




କ୍ଷୁଦ୍ର ଜୀବଟି ସେ .....

ଫୁଲରୁ ଫୁଲକୁ ଉଡିବୁଲେ ସାରାଦିନ

ଖାତିର ନଥାଏ ତା'ର

ଖରା,ବର୍ଷା,ଶୀତ

ଲକ୍ଷ୍ୟ ତା'ର ମଧୁସଂଗ୍ରହ

ନିରନ୍ତର କରିଚାଲିଥାଏ କର୍ତ୍ତବ୍ୟ

ବିନା କ୍ଲାନ୍ତି, ବିନା ଅବସାଦରେ

ସଞ୍ଚି ଚାଲିଥାଏ ଆଗାମୀ ଦିନଗୁଡିକ ପାଇଁ।

ସ୍ବାର୍ଥୀ ମନୁଷ୍ୟ....

ଚାଲାକି କରି ମହୁମାଛିର ଅନୁପସ୍ଥିତିରେ

ଚୋରି କରି ନିଏ

ମହୁଫେଣାଟି

ମାସ ମାସ .....ବର୍ଷ ବର୍ଷର

କଷ୍ଟାର୍ଜିତ ଜମାପୁଞ୍ଜି

ନିରୀହ ମହୁମାଛିଟିର

ବିନା ଦ୍ବିଧାରେ ଉପଭୋଗ କରେ

କ୍ଷୁଦ୍ର ଜୀବଟିର

ସାରା ଜୀବନର ପରିଶ୍ରମର ଫଳକୁ।


*** ମିନାକ୍ଷୀ ସାମଲ***

minusamal1969@gmail.com

7980250037



Rate this content
Log in