Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଦିନ ହେଲା ବକର ଆସିଲା ମକର

ଦିନ ହେଲା ବକର ଆସିଲା ମକର

1 min
6.8K


ଦେବ ଦିବାକର ହୋଇଲେ ବକର

ଆସିଲା ଯେବେ ମକର

ଆସିବ ବସନ୍ତ ଛାଡିଲାଣି ଶୀତ

କମିବ ହେମ କାକର ।

ଫସଲ ଅମଳ କରି ଚାଷୀ କୁଳ

ଘେନିବାକୁ ଦେବାଶିଷ

ମକର ଚାଉଳ ସାଥେ ଫଳମୂଳ

ଅର୍ପଣ କରି ବିଶେଷ ।

ପଂଜାବେ ଲୋହରି ବିହୁ ଆସାମରେ

ପୋଙ୍ଗଲ୍ ମଙ୍ଗଳ ଦକ୍ଷିଣେ

ପରବ ମକର ଊଡ୍ର ପ୍ରଦେଶର

ପାଳି କୋଣେ ଅନୁକୋଣେ ।

ଗମନ୍ତି ମକର କ୍ରାନ୍ତିକୁ ଭାସ୍କର

ତେଜିଣ ଦକ୍ଷିଣ ଗତି

ଦିନ ବଡ ହେଲା ସୁଯୋଗ ବଢିଲା

କରମେ ରଖିବା ମତି ।

ପଙ୍କଜିନୀ ସତୀ ପତିଙ୍କ ଦୁର୍ଗତି

ମୁକତି ମାନସେ ତପ

ହୋଇଲା ସଫଳ ହରଷେ ପଙ୍କିଳ

ଭୂମିରୁ ହେଲାଣି ଜାତ ।

ଦକ୍ଷିଣା ପବନ ବହେ ଛନଛନ

ଗୁଡି ଉଡାଇବା ବେଳ

ଉଡଇ ଉଚ୍ଚରେ ସୁତ୍ର ସଂଯୋଗରେ

ନଛାଡଇ ତା'ର ମୂଳ ।

ଘର ପରିବାର ସାଥୀ ପରିଜନ

ଠାରୁ ଗଲେ ଯେତେ ଦୂର

ନଭୁଲିବା ତାଙ୍କୁ ଉଠିଲେ ଉଚ୍ଚକୁ

ଭାରତର ଏ ସଂସ୍କାର ।


Rate this content
Log in