କବିତା ସୁନ୍ଦରୀ
କବିତା ସୁନ୍ଦରୀ
ରାତି ଅଧେ ଉଠି କବିତା ସୁନ୍ଦରୀ
ଅସ୍ତ ବ୍ୟସ୍ତ ମୋତେ କଲାଣି
ଶୁଆଇ ଦେଉନି ଶେଯରେ ଯେ ମୋତେ
କଲମ ଧରାଇ ଦେଲାଣି ।
ଶବ୍ଦ ମାନେ ସବୁ ଶେଯ ଚାରିପଟେ
ମନକୁ ବିବ୍ରତ କଲେଣି
ସୁନ୍ଦର ମାଳାଟି ଗୁନ୍ଥି ଦେବା ପାଇଁ
ସୂଞ୍ଚୀ ସୂତା ମୋତେ ଦେଲେଣି ।
ମାଳାଟି ସୁନ୍ଦର ହେଉ ବା ନ ହେଉ
ଗୁନ୍ଥି ବାକୁ ମୋତେ ପଡ଼ିବ
ନ ଗୁନ୍ଥିଲେ ମାଳା, ଚଗଲା ମନ ମୋ
ଥୟ କଣ ହୋଇ ପାରିବ !!!!
ନିଦ୍ରା ଦେବୀ ଉଠି ଚାଲି ଗଲେ ଘର
ଆସିବେ ଯେବେ ସେ ଫେରି
ସୁନ୍ଦର ମାଳାଟି ଦେଖି ଦେଲା ପରେ
ଚାଲି ଯିବେ ସ୍ବପ୍ନପୁରୀ ।।
ଅମ୍ବିକା ସ୍ବାଇଁ