Audio

Forum

Read

Contests

Language


Write

Sign in
Wohoo!,
Dear user,
କା' ଲାଗି ଗାଇବି ଗୀତ କେ' ଶୁଣିବ
କା' ଲାଗି ଗାଇବି ଗୀତ କେ' ଶୁଣିବ
★★★★★

© Abhakanta

Others

1 Minutes   6.8K    4


Content Ranking

କା' ଲାଗି ଗାଇବି ଗୀତ କେ' ଶୁଣିବ

 

ଆଭାକାନ୍ତ ମହାନ୍ତି

 

କା' ଲାଗି ଗାଇବି ଗୀତ କେ' ଶୁଣିବ

       ସେ ତ ଆଜି ବହୁଦୂରେ

କେ' ବୁଝି ହୃଦୟ ଗହନ ବ୍ୟଥାକୁ

       ତାଳ ଦେବ ସୁରେ ସୁରେ ? । ୦ ।

 

ଯାହା ଲାଗି ଛନ୍ଦ ମୂରତି ସାଜିଲା

       ମରୁରେ ଫୁଟିଲା ମଲ୍ଲୀ

ଚଇତାଳି ଭୁଲି ଚଇତ ହସିଲା

       ଫଗୁଣର ଖିଲିଖିଲି

ଜିଅନ୍ତା ପଥର ସଜାଇ ମୋତେ ସେ

       ହଜିଛି ଛଳନା ଧାରେ । ୧ ।

 

ବର୍ଣ୍ଣାଳି ବନାନୀ ମରୁ ପାଲଟିଛି

       ଚିନ୍ତନ ଯାଇଛି ଶୋଇ

ସେ ଗଲାପରଠୁଁ କୋଇଲିର କଣ୍ଠେ

       ବସନ୍ତ ଗୋ ଗାଉନାହିଁ

ଫୁଲିଉଠୁନାହିଁ ଅଳିର ହୃଦୟ

       ସୁରଭିର ତାରେ ତାରେ । ୨ ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****

କା' ଲାଗି ଗାଇବି ଗୀତ କେ' ଶୁଣିବ

Rate the content


Originality
Flow
Language
Cover design

Comments

Post


Some text some message..