Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradesh Kumar Pradhan

Others

3  

Pradesh Kumar Pradhan

Others

ଭଜ ମନ

ଭଜ ମନ

1 min
6.9K


ଭଜ  ମନ...


ମନ ହୁଏ ଆଜି  ତୁମ ନାମ ଭଜିବାକୁ
ହେ ମହାବାହୁ  ତୁମ ନାମ ଜପିବାକୁ  ,
ବଡ ଦାଣ୍ଡର ଧୁଳି
ଦେହରେ ମୋ ବୋଳି
ବାଇଶି ପାହାଚେ ମନ ଆଜି ଗଡିବାକୁ .....
ସଞ୍ଚ ସଳିତାରେ ଦେଖିଛି ତୁମ
ମୋହନ ରୂପ
ପଡିଛି ଛାପ
ଜହ୍ନ ଆଲୁଅରେ
ନିଶୀଥ ବେଳାରେ
ମନ ହୁଏ ବିରହେ ତୁମକୁ ଝୁରିବାକୁ ...
ମନ ହୁଏ ଗରୁଡ ପଛରେ ତୁମକୁ ଦେଖିବାକୁ ..
ସଂସାର ମୋହ ପଛେ ଛାଡି
ଜୀବନ ରଥ ଯାଏ ଗଡି
ସିଂହ ଦ୍ୱାର ଡେଇଁ
ରାମ ନାମେ ମନ ଦେଇ
ମନ ହୁଏ ସ୍ୱର୍ଗ ଦ୍ୱାରେ ଶୋଇବାକୁ ....
ମନ ହୁଏ ଆଜି  ତୁମ ନାମ ଭଜିବାକୁ
ହେ ମହାବାହୁ  ତୁମ ନାମ ଜପିବାକୁ  ....


Rate this content
Log in