Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Das

Inspirational Abstract

0.4  

Sasmita Das

Inspirational Abstract

ଗାଁ ରେ ଶୀତ ସକାଳ

ଗାଁ ରେ ଶୀତ ସକାଳ

1 min
6.9K


ଶୀତଆସେ ଗାଁରେ 

 ସକାଳର ଶୀତଳ ସମୀରଣ,

 ଆଉ କାକରର ଭିଜାଭିଜା ବାସନାରେ

ନୀରବରେ ଛୁଇଁଯାଏ ମାଟିକୁ l

ଥରି ଉଠେ ଦେହ ଓ ମନ,

ପୋଖରୀ ତୁଠରୁ ଫେରୁଥିଵା

ଓଦା ବସନ ପରିହିତା ନବ ବଧୂ ଟିର l

ବାରଣ୍ଡା ରେ ବସିଥିବା ଜରାଜୀର୍ଣ୍ଣ ବୁଢ଼ା ଟି 

 ଥୁରୁ ଥୁରୁ ଦେହରେ ଚାହିଁ ରହି ଥାଏ 

କେତେ ବେଳେ କଅଁଳ ଖରା ଟିକେ ଆସିଵ l

ଫୁଙ୍ଗୁଳା ପିଲା ଗୁଡାକ

ଦାଣ୍ଡରେ କାଠି କୁଟା ର ଧୂନି ଲଗାଇ

କରି ବସନ୍ତି ପ୍ରୟାସ,

ଶୀତ ସହ ଲଢିବା ପାଇଁ !

କାହାରିକୁ ଖାତିରି କରୁ ନ ଥିଵା ବୁଲା କୁକୁରଟା

ଲାଞ୍ଜ ଜାକି ଶୋଇଯାଏ ବାଡ଼ି ପଟେ l

କୋଳାହଳରେ ଫାଟି ପଡୁଥିବା ଗାଁଟା

ପାଲଟିଯାଏ ନିରବ ନିଶଦ୍ଦ,

ଚଳଚଞ୍ଚଳ ଗାଁଟାକୁ

କିଛି ସମୟ ପାଇଁ କରିଦିଏ ଶିଥିଳ

ଗାଁରେ ଶୀତ ସକାଳ l

ତଥାପି ଵି ଭଲ ଲାଗେ

ଗାଁ ରେ ଶୀତ ସକାଳ....


Rate this content
Log in

Similar oriya poem from Inspirational