Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ambika Swain

Others

2  

Ambika Swain

Others

କବିତା=୬

କବିତା=୬

1 min
6.9K


କାଳିଆ ରେ......

ସଜଳ ନୟନେ ଦେଖୁଚି କାଳିଆ

ଦୁନିଆର ରୀତି ନୀତି

କେତେ ବେଳେ କା'କୁ କେଉଁ ବାଟେ ନେଇ

ହରା ଉଛି ତାର ସ୍ଥିତି ।

ସତରେ କାଳିଆ....ତୋର ମାୟା ଖେଳା

କେ କହି ପାରିବ କହ

ଛାର ଏ ମଣିଷ ବୁଝି ପାରୁନାହିଁ

ଆଖିରୁ ଝରୁଛି ଲୁହ।

ସବୁ ତୋର ଲୀଳା ସବୁ ତୋର ଖେଳା

ତୁହି ଜାଣୁ ଭଲ ମନ୍ଦ

ସତ୍ୟ ଓ ମିଥ୍ୟାର ନିକିତିରେ ଛନ୍ଦୁ

କେ ଜାଣିବ ତୋର ଛନ୍ଦ ।

ନ୍ୟାୟରେ ଥାଇ ବି ପରୀକ୍ଷା ତୁ କରୁ

ନିଦୋଷୀକୁ ଦେଉ ଦୋଷ

ଆଖିରୁ ଲୋତକ ବନ୍ୟା ବୁହାଇ ତୁ

ମନେ ମନେ ପାଉ ସୁଖ ।

କାହିଁକି କରୁ ତୁ କପଟ କାଳିଆ

ବୁଝି ହୁଏ ନାହିଁ ସତେ

ଯେତେ କପଟ କଲେ ତୁ କରୁଥା

ଛାଡି ଯିବି ନାହିଁ ତୋତେ ।।

★★★★★★★★

ଅମ୍ବିକା ସ୍ୱାଇଁ


Rate this content
Log in