ଖୋଜୁଛି କାହାର ଛୁଆଁ
ଖୋଜୁଛି କାହାର ଛୁଆଁ
ଏଇ ଫୁଲ ମୋତେ ଆନମନା କିଆଁ
କରୁଅଛି ଆଜି ଏତେ ,
ଲାଗୁଛି ଯେମିତି ମନର ମଣିଷ
ଆସି ମିଳିଯିବେ ସତେ ।
ଭାରି ଶୋଭାବନ ଦିଶେ ଏ କାନନ
ମୃଗ,ଶଶା ସବୁ ମିତ ,
ପକ୍ଷୀମାନଙ୍କର କାକଳି ଶ୍ରବଣେ
ହରଷ ହେଉଛି ଚିତ୍ତ ।
ମୋ ତନୁରେ ଏବେ ଭରା ଯଉବନ
ଖୋଜୁଛି କାହାର ଛୁଆଁ ,
ଯାହା ସାଥେ ଏଇ ମନଟି ମିଶିିବ
ବିଶ୍ବେ ରଟିଥିବ ନାଆଁ ।
ଶୂର ବୀର ଆଉ ସୁପୁରୁଷ ସହ
ଥିବ ଦୟା,କ୍ଷମା ଗୁଣ ,
ନ୍ୟାୟବନ୍ତ ପଣେ ତାଙ୍କ ଯଶ କୀର୍ତ୍ତି
ଘୋଷୁଥିବେ ଜନଗଣ ।
ସେଇ ସୁଲକ୍ଷଣ ପୁରୁଷ ସତେକି
ହେବେ ମୋ ଜୀବନସାଥୀ ,
ତାଙ୍କ ପାଶେ ଏହି ଭରା ଯଉବନ
ଶରଧାରେ ଦେବି ପାତି ।।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।