Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Inspirational

2  

Hrushikesh Satpathy

Inspirational

ହେ ଅପ୍ରାପ୍ତ ମୃତ୍ୟୁ,ନିନ୍ଦନୀୟ

ହେ ଅପ୍ରାପ୍ତ ମୃତ୍ୟୁ,ନିନ୍ଦନୀୟ

1 min
5.0K


ମୃତ୍ୟୁ ବା ଯଦିଓ ଧ୍ରୁବ ସତ୍ୟ ହୁଏ
ଅପ୍ରାପ୍ତ ମରଣ
ଈଶ୍ୱରଙ୍କ ନିଷ୍ଠୁରତା ।

ନିଷ୍ଠୁର ନିୟତି ଅବିଚାର କରି
ସିଦ୍ଧ ମରଣକୁ
ଯନ୍ତ୍ରଣା ଦିଏ ଅନ୍ୟଥା ।

ସଂସାର ସୂତ୍ରରେ ମଣିଷ ଜନମ
ବିଧି ସମ୍ବିଧାନେ
ଶ୍ରେଷ୍ଠ ଜୀବନର ପ୍ରାପ୍ତି ।

ମରଣ ଶୀଳ ସେ,ମରିବ ତ ଦିନେ
ଅପ୍ରାପ୍ତ ମରଣ
କିପାଁ ଅବିଚାର ନୀତି !

ଈଶ୍ୱର ସ୍ୱୀକୃତି, ସାଙ୍ଗକୁ ପ୍ରକୃତି,
ମାନବିକତା ବି
ବଞ୍ଚିବାକୁ ପ୍ରୟୋଜନ ।

ବଞ୍ଚିବା ପାଇଁକି ବିକାଶ ବ୍ୟବସ୍ଥା
ସାଧନା, ସୁଯୋଗ
ଆବଶ୍ୟକ ଆୟୋଜନ ।

ଜନ୍ମ ଟି ଯଦିଓ ବିହିତ ବାସ୍ତବ
ମୃତ୍ୟୁର କରାଳ
ଆଦୌ ଅବାସ୍ତବ ନୁହେଁ ।

ଅକାଳ ମରଣ କୁତ୍ସିତ କଷଣ
ଆକଷ୍ମିକ ହୋଇ
ଭାଗ୍ୟେ ବିଫଳତା ଦିଏ ।

ଜନ୍ମ ଆଉ ମୃତ୍ୟୁ ସଦା ସୁନିଶ୍ଚିତ
ଦୁଇଟି ପାଖୁଡା
କାନ୍ତ କୋମଳ କଳି ।

ଜନ୍ମ ଦିଏ ହସ ମୃତ୍ୟୁ ଟି ଉଦାସ
ଉଭୟେ ଉଦାର
ବନ୍ଧନର ବାହୁବଳୀ ।

ହେ ଅପ୍ରାପ୍ତ ମୃତ୍ୟୁ, ନିନ୍ଦନୀୟ ତୁମେ
ଜୀବ ଜଗତକୁ
ଅବାନ୍ତର ଅଭିଶାପ ।

ରହିଯାଅ ଟିକେ ଥମିଯାଆ ସଦା
ସୃଷ୍ଟି ସମ୍ବିଧାନ
ହେଉ ନିର୍ଲିପ୍ତ,ନିଷ୍ପାପ ।


Rate this content
Log in