Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Tragedy

3  

Sadananda Sahoo

Tragedy

ପରଲୋକରେ ମହାନାୟକ

ପରଲୋକରେ ମହାନାୟକ

1 min
6.7K



ହେ ମହାନାୟକ ଚଳଚିତ୍ର ପୁତ୍ର

ଅକାଳ ରେ ଗଲ ଛାଡ଼ି ;

ଝୁରୁଛି ଜନନୀ ମାଆ ଉତ୍କଳୀନି

ନୟନୁ ଅଶ୍ରୁ ନିଗାଡ଼ି !!

ପିତାମହ ଭୀଷ୍ମ ଆହେ ଦେବୁବୋଷ

ଦର୍ଶକର ପ୍ରିୟ ପିତା ;

ତଵ ଅଭିନୟ ସ୍ମୃତିର ପ୍ରତୀକ

ଅଲିଭା ଏ ପ୍ରେମ ବାର୍ତ୍ତା !!

ସୁନାଚଢ଼େଇ ର ସୁନା ବପା ତୁମେ

କରୁଣାର ଟିକି ଫୁଲ ;;

ଭୋଳା ଶଙ୍କର ର ତୁମେ ପିତୃଦେବ

ସ୍ୱାଭିମାନ ମାଗେ ମୂଲ !!

ରୂପେଲୀ ପରଦା ତୁମରି ସଂହିତା

କେତେ ଅଭିନୟ ଦୃଶ୍ୟ ;

ପ୍ରୀତି ଶରଧାରେ ଜନମନେ ଭାସେ

କଳଙ୍କ କରିନି ସ୍ପର୍ଶ ;;

ହେ ଯୁଗପୁରୁଷ ଶତ ପ୍ରଣିପାତ

ପାଦ ପଦ୍ମେ ଅଶ୍ରୁ ବିନ୍ଦୁ ;

ତଵ ସ୍ମୃତି ଗାଥା ଉତ୍କଳର ସତ୍ତା

ହେ ଚଳଚିତ୍ର ଶିଳ୍ପୀ ବନ୍ଧୁ !!

ମନର ମାନିନୀ କାନ୍ଦୁଛି ବାହୁନି

ସ୍ନେହଁର ସୌହାର୍ଦ୍ଦ୍ୟ ପାଇଁ ;

ସଚିତ୍ର ଜଗତେ ସହୋଦର କାନ୍ଦେ

କାହିଁ ଗଲ ପ୍ରିୟ ଭାଇ !!

ବହେ ଅଶ୍ରୁ ଧାର ଆହେ ସୁକୁମାର

ଶୁବିବନି ଆଉ ସ୍ୱର ;

ତଵ ଶୂନ୍ୟସ୍ଥାନ ହେବନି ପୂରଣ

ତମେ ଥିଲ ନିରାଧାର !!

ଶେଷ ଶ୍ରଦ୍ଧାଞ୍ଜଳୀ କରୁଛି ଅର୍ପଣ

ହେ ପ୍ରିୟ ଦେବୁ ବୋଷ ;

ଅମର ଅତ୍ମାର ସଦଗତି ହେଉ

ନଲିଭୁ ଅଲିଭା ହସ ;

ପୁଣି ଆଉ ଥରେ ଜନ୍ମିବ ଉତ୍କଳେ

ହସିବ ଜନନୀ ମାଆ ;

ଏଇ ଆମ ଆଶା ହେ ମହାପିତା

ଲିଭିବନି ତଵ ନାଁଆ !!


ସଦାନନ୍ଦ ସାହୁ ;

ଧୁରୁସିଆ ; ଆଠଗଡ଼ ; କଟକ


Rate this content
Log in

Similar oriya poem from Tragedy